ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁ ରେ ପଣ୍ଡା ପରିବାରରେ ଅଭିନବ ନୂଆଁଖାଇ ଭୋଜିଭାତ ସହ କ୍ରୀଡା ପ୍ରତିଯୋଗୀତା 

  ନୂଆଗାଁ ରେ ପଣ୍ଡା ପରିବାରରେ ଅଭିନବ ନୂଆଁଖାଇ ଭୋଜିଭାତ ସହ କ୍ରୀଡା ପ୍ରତିଯୋଗୀତା 

 କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ପଣ୍ଡା ପରିବାରରେ ଆନନ୍ଦ ଓ ଉଦ୍ଦୀପନାର ସହ ଧୂମଧାମରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ପରିବାରର ବୟୋଜ୍ୟେଷ୍ଠ ଶ୍ରୀ ପରମାନନ୍ଦ ପଣ୍ଡାଙ୍କ ନେତୃତ୍ବରେ ପ୍ରଥମେ ଗୌନ୍ତିଆ ଦୂତିବାମନ ପଣ୍ଡାଙ୍କ ଘରେ ନବାନ୍ନ ଭକ୍ଷଣ କରି ସାରିବା ପରେ ଜଗନ୍ନାଥ ମନ୍ଦିର ବେଢାରେ ଗ୍ରାମର ସମସ୍ତ ପରିବାର ସହ ନୂଆଖାଇ ଭେଟଘାଟ ମହୋତ୍ସବ ପାଳିତ ହୋଇଥିଲା। 

ଶ୍ରୀଯୁକ୍ତ ଶଶାଙ୍କ ପଣ୍ଡାଙ୍କ ବାସଗୃହରେ ପର୍ଯ୍ଯାୟକ୍ରମେ ଏ ବର୍ଷର ସମ୍ବର୍ଦ୍ଧନା ଶ୍ରୀଯୁକ୍ତ ଭାବଗ୍ରାହୀ ପଣ୍ଡା ଏବଂ ବିଜୟା ପଣ୍ଡାଙ୍କୁ ପରିବାର ତରଫରୁ ଶ୍ରୀଯୁକ୍ତ ବିଶିକେଶନ ପଣ୍ଡା ଏବଂ ସୁଧା ମଞ୍ଜରୀ ପଣ୍ଡା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ଏବଂସୁଦେଷ୍ଣା ପଣ୍ଡା। ପରେ ପରିବାରର ମହିଳା ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତୀ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ଜାଗୃତି , ଅପୂର୍ବା ,ଅଭିଷେକ, ଗତିକୃଷ୍ଣ ଦୀପନ, ସିପନ୍ , ଶ୍ରୀୟାଂସ, ନିକନ୍ ଯୋଯୋ ଏବଂ ସ୍ନେହା ।

ପରିବାର ମୁଖିଆ ପରମାନନ୍ଦ ପଣ୍ଡାଙ୍କ ଗୃହରେ ଭୋଜିର ଆୟୋଜନ କରାଯାଇଥିଲା। ପ୍ରାୟ ଷାଠିଏ ଜଣ ବିଶିଷ୍ଟ ଏହି ପରିବାରର ସମସ୍ତ ସଦସ୍ଯ ସଦସ୍ୟା ନବାନ୍ନ ଭକ୍ଷଣ ନିମନ୍ତେ ଦୂର ଦୁରାନ୍ତରରୁ ଆସି ଏହି ପର୍ବରେ ଯୋଗଦାନ କରିଥିଲେ। ଯାହାକି ତାଙ୍କ ପରିବାର ବର୍ଗଙ୍କ ସ୍ନେହ ଆଦର ଓ ଏକତାର ନିଦର୍ଶନ ବୋଲି ଚର୍ଚ୍ଚା ହେଉଛି ।

ରଜନୀ କାନ୍ତ ସମରଲିଆ ଙ୍କ ରିପୋର୍ଟ୍ 

Related posts

ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ତାଲା ଠୁଙ୍କିଲେ ୮ ୱାର୍ଡବାସୀ 

masiha

ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା , ମୁକ୍ତ,ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ

masiha

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!