ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

 କାଶୀପୁର /ରାୟଗଡ/୧୦-୦୯-୨୦୨୪ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ହରିଶ ବି. ସି,ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ସମିତି ଅଧ୍ୟକ୍ଷ, କଣ୍ଠମାଝି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଡାକ୍ତର ଲାଲ ମୋହନ ରାଉତରାୟ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

ଆଜି ମୋଟ ୧୦୨ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୮୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ    ୧୯ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ୧୦ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଛନ୍ତି l ୮ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ୮ଲକ୍ଷ୍ୟ ୫୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ lଜିଲ୍ଲାପାଳ ୯ଟି ଅଭିଯୋଗ ତତକ୍ଷଣତ ଫଇସଲା କରିଛନ୍ତି l ଏହାପରେ ଜିଲ୍ଲାପାଳ କଡ଼lପlଡି ପଂଚାୟତରେ ପଲ୍ଲୀରୁ ପ୍ରଶାସନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭନ୍ନ ସହାୟତା ପ୍ରଦାନ କରିଥିଲେ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l     

ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାରତ ଭୂଷଣ ବିଶ୍ୱାଳଙ୍କ, ପିଡି ୱାଟରସେଡ ଡ଼ଃ ଦୟାନିଧି ବାଗ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂହ ପଟ୍ଟନାୟକ, ଉଦ୍ୟାନ କୃଷି ଉପନିର୍ଦେଶକ ଦୟାନିଧି ରାଉତ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର,ଜିଲ୍ଲାସାମାଜ କଲ୍ୟାଣ ଅଧିକାରୀ ପ୍ରତିମା ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ ପ୍ରଧାନ,ଜିଲ୍ଲା ମତ୍ସ୍ଯ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର,ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ ଅଧିକାରୀ ତତ୍ତ୍ୱମୋସୀ ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ, ଜିଲ୍ଲା ଅବକାରୀ ଅଧିକ୍ଷକ ସୁଶାନ୍ତ ଧଳ ସାମନ୍ତ,ସମେତ କାଶୀପୁର ବିଡ଼ିଓ ଅମୃତ ଲାଲ,ତହସିଲଦାର ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ସେହିପରି ଜିଲ୍ଲା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ଼ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

   

Related posts

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ ନିର୍ମାଣରେ ଦୁର୍ନୀତି ର ଗନ୍ଧ : ଛଅ ମାସ ନ ଯାଉଣୁ ଧରାଶାୟୀ  

masiha

ରାଜ୍ୟ ସଭାରେ ବେଟି ବାଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ପାଣ୍ଠି ବିନିଯୋଗ ସମ୍ପର୍କରେ ଅଣ ତାରକା ପ୍ରଶ୍ନ

masiha

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!