ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଟେ,ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟଜ ଦୁର୍ଗା ଚରଣ ତନ୍ତୀ

କାଟେ,ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟଜ ଦୁର୍ଗା ଚରଣ ତନ୍ତୀ

ରାଉରକେଲା । ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅଧୀନସ୍ଥ ଟାଙ୍ଗରପାଲ୍ଲୀ ଅଞ୍ଚକର କାଟେ,ବିଯୁବନ୍ଧ ଏବଂ ରେଙ୍ଗାଲି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଭୁବନେଶ୍ୱରରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟମନ୍ତ୍ରୀ ମାନନୀୟ ମୋହନ ଚରଣ ମାଝୀ ଏବଂ ପଂଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ସାକ୍ଷାତ କରି ଆଲୋଚନା ଥିଲେ ।ସ୍ବାଧୀନତାର ୭୭ବର୍ଷ ବିତିଯାଇଥିବା ସତ୍ୱେ କିପରି ଆଜି ପର୍ଯ୍ୟନ୍ତ ଏହି ତିନୋଟି ବସ୍ତିରେ ରହୁଥୁବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋନମାନେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଏହି ତିନୋଟି ବସ୍ତିକୁ ଯିବାପାଇଁ ଅର୍ଥାତ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏକ ପକ୍କା ରାସ୍ତା ନିର୍ମାଣ ଓ ରାସ୍ତାରେ ଆଲୋକୀକରଣର ବ୍ୟବସ୍ଥା ଆର ଏସ ପି ର ସି.ଏସ.ଆର. ବିଭାଗର ପାର୍ଶ୍ୱ ଅଞ୍ଚଳର ବିଜାଶ ପାଣ୍ଠିରୁ ବିନିଯୋଗରେ କରିବା ପାଇଁ ଉଭୟଙ୍କୁ ନିବେଦନ କରିବା ସହ ଏ ସମ୍ବନ୍ଧରେ ବିଧାୟକ ଶ୍ରୀ ତନ୍ତି ଏକ ସ୍ମାରକପତ୍ର ମଧ୍ୟ ଉଭୟଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ପାଞ୍ଚ ଫୁଟ ଲମ୍ବର ନାଗ, ସାଢେ 4ଫୁଟ ଲମ୍ବର ନାଗୁଣୀ ଉଦ୍ଧାର

masiha

Leave a Comment

error: Content is protected !!