ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

ଜୁନାଗଡ଼୨୩/୩(ମନୀ ସ )ଦେଶ ସ୍ଵାଧୀନ ହୋଇ ୭୬ ବର୍ଷ ପରେ ବି ଜାତିବାଦ୍ କମିବାର ନା ନେଉନାହିଁ ,,କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ବୁଡିଦର ପଞ୍ଚାୟତ ଅନ୍ତର୍ଗତ ଶଙ୍କରପଳା ଗାଁରେ ଏକ ଜାତିବାଦ୍ ଘଟଣା ଘଟି ଯାଇଛି,, ଜଣେ ପ୍ରଭାବଶାଳୀ ରାଜନେତା ଙ୍କ ନେତୃତ୍ବରେ ନିଜ ଗାଁ ସଙ୍କରପଲା ରେ ଏକ ପ୍ରହରୀ କରାଗଲା, କେବଳ ଏସ୍ ସି ସମାଜ କୁ ଜାତି ଭେଦଭାବ ରଖି ନ ମିଶାଇ ଗାଁ ର ବାକି ସମସ୍ତ ଜାତି ମିଶି ପ୍ରହରୀ କଲେ,,ଜଣେ ରାଜନେତା ହୋଇ ଏହି ଭଳି ଜାତିବାଦ୍ ମାନସିକତା ରଖିବା ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇଛି ।ଏହି ଖବର ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ହସ୍ତଗତ ହେଲା ପରେ ସଂଗଠନ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି,,ଏବଂ ସର୍ବ ସମ୍ମତି ରେ ଏକ ପ୍ରସ୍ତାବ ଗୃହିତ ହୋଇଛି,, ଆମ କୁ ଜାତିଆଣ ଆକ୍ଷେପ କରିବା ଦ୍ଵାରା ଆମ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଛି ଏଣୁ ଆମେ ସମସ୍ତେ ବହୁଜନ ବିଚାରକୁ ଗ୍ରହଣ କରିବୁ ବୁଦ୍ଧ ଭୀମଭୋଇ ଆମ୍ବେଦକରଙ୍କ ମାର୍ଗରେ ଚାଲିବୁ,ଏବଂ ଉଚ୍ଚ ଜାତିର ଯେକୌଣସି କାର୍ଯ୍ୟକ୍ରମରେ ଆମ ଏସ୍ ସି ସମାଜ ସାମିଲ ହେବୁ ନାହିଁ,,,ଯିଏ ସାମିଲ ହେବ ତାପରେ ସମାଜ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନିଷ୍ପତ୍ତି ହୋଇଛି,,,ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସଂଗଠନର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,ବ୍ଲକ କୋଷାଧ୍ଯକ୍ଷ ଧନଞ୍ଜୟ ଖମାରି,,ଯୋଗେଶ୍ଵର ନାଏକ, ଲଳିତ ନିଆଲ, ଲଳିତ ମଙ୍ଗରାଜ,,ପ୍ରଦ୍ୟୁମ୍ନ କନପାନ,,ହରିଶଙ୍କର ବାଗ,ତୁଲସି ସୁନାନି,ଘେନୁ କର,,ଶ୍ୟାମଘନ ସୁନାନି, ମଦନମୋହନ ନାଏକ,,ଉଦେ ଛତ୍ରୀଆ,,ଅମିତାଭ ବିହାରି,ବସନ୍ତ ସାମଲ,ବଳଭଦ୍ର ପାଲ,କୁରୁକ୍ଷେତ୍ର ଠାକୁର, ନେତ୍ର ଠାକୁର,, ଗୁପ୍ତେଶ୍ଵର ବିହାର,,ସଂଗଠନ ର ଶତାଧିକ ସଦସ୍ଯ ସଦସ୍ୟା ଥାଇ ନିଷ୍ପତ୍ତି ନିଆ ଯାଇଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କବିତା ତାଡିଙ୍ଗି ଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ବାଗତ କଲା ଆଦିବାସୀ କୁଇ କୁଲମ ସମାଜ

Sunil Chandra Nayak

ସର୍ଗିଗୁଡା ୬ଟି ପଡାରେ ନଳକୂପ ଖନନ କରି ଜଳକଷ୍ଟ ଦୂର କଲେ ଜନ ପ୍ରତିନିଧି

ଭବାନୀପାଟଣା ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!