ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତlଳ ଗଛ ପଡି ଗର୍ଭବତୀ ମହିଳା ମୃତ

ତlଳ ଗଛ ପଡି ଗର୍ଭବତୀ ମହିଳା ମୃତ

ଜୁନାଗଡ୨୩/୦୩(ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ର ବଜାର ପଡ଼l ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ସୂଚନା ଅନୁଯାଇ କାଳ ବୈଶାଖୀ ହେବାରୁ ଜୁନାଗଡ ସହର୍ ର ବଜାର୍ ପଡା ରେ ରହୁଥିବା ସୁରେନ୍ଦ୍ର ବେହେରା ଙ୍କ ଘର ର ପାଖ ରେ ଥିବା ଏକ ବିଶାଳ ତାଳ ଗଛ ଘର ଉପରେ ପଡି ଯାଇଥିଲା l ଏହି ସମୟ ରେ ଘରେ ସୁରେନ୍ଦ୍ର ଙ୍କ ପତ୍ନୀ, ଭଉଣୀ ଓ ୪ ବର୍ଷ ର ଭଣଜl ଘରେ ଥିଲେ l କାଳ ବୈଶାଖ ହୋଇ ଘର ପାଖରେ ଥିବା ତାଳ ଗଛ ତାଙ୍କ ଘର ଉପରେ ପଡିଯାଇଥିଲା l ସୁରେନ୍ଦ୍ର ଙ୍କ ପତ୍ନୀ କୌସଲ୍ୟା (୨୬)ତାଙ୍କ ୪ ବର୍ଷ ର ଭଣଜା ଙ୍କୁ ବଞ୍ଚାଇବାକୁ ଯାଇ ଭଣଜା ଉପରେ ଶୋଇପଡିଥିଲେ l ଏହି ସମୟ ରେ ଘର ର କlନ୍ଥ ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା l ଘରେ ଥିବା ତାଙ୍କ ନଣନ୍ଦ ସାଇପଡ଼ିଶା ଲୋକଙ୍କୁ ଡାକି କୌସଲ୍ୟା ଓ ତାଙ୍କ ଭଣଜା ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ ଡାକ୍ତର ଖାନା କୁ ଆଣିଥିଲେ l ଡାକ୍ତର ସୁରେନ୍ଦ୍ର ଙ୍କ ସ୍ତ୍ରୀ କୌସଲ୍ୟା କୁ ମୃତ ଘୋଷାଣl କରିଥିଲେ ଓ ଭଣଜା ଆହତ ହୋଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଘରକୁ ଛାଡିଥିବା ଜଣାପଡିଛି l କୌସଲ୍ୟା ଦେଢ ବର୍ଷ ତଳେ ବିବାହ କରିଥିବା ବେଳେ ତିନି ମାସ ର ଗର୍ଭ ବତି ଥିବା ପରିବାର ପକ୍ଷରୁ କୁହାଯାଇଛି l ଜୁନାଗଡ ଥାନା ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ରବିବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ଟୁକୁନା ସେଠୀଙ୍କୁ ସ୍ମୃତି ଶ୍ରଦ୍ଧାଂଜଳି 

masiha

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!