ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା

ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା 

ନବରଙ୍ଗପୁର (୨୨|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମାଳିଗୁଡା ଗ୍ରାମରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଶ୍ୱିନୀ କୁମାର ପ୍ରଧାନଙ୍କ ଚାପୁଡ଼ାରେ ଚତୁର୍ଥ ଶ୍ରେଣୀ ଛାତ୍ର ବୟସ ଆଠ ବର୍ଷର ନାବାଳକର କାନଗିରି ଫାଟି ଗଲା । ପ୍ରକାଶ ଥାଉକି , ଗତ ଦୁଇ ଦିନ ତଳେ କୌଣସି ହୋମ ୱାର୍କ ଟିକିଏ ଭୁଲ ଥିବାରୁ ମାଳିଗୁଡା ସ୍ଥିତ କୁନାଲ ହରିଜନ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବାରମ୍ବାର କାନ ଗିରୀରେ ପିଟିଥିଲେ । ତାଙ୍କ ପିତା ଲଛମନ ହରିଜନ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ଅଛନ୍ତି । ଘଟଣା ଉପରେ ଡଙ୍ଗରଭେଜା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି lସ୍ଥାନୀୟ ଲୋକେ କହିବା ପ୍ରକାରେ ଅଶ୍ଵିନୀ କୁମାର ପ୍ରଧାନ ବି ମାଲିଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଜଣକ ଅତ୍ୟନ୍ତ ଗୁଣ୍ଡା ଶ୍ରେଣୀୟ ଅତୀତ ରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷାଧିକାରୀ ମାନଙ୍କୁ ହାତ କରି ବିଭିନ୍ନ ଅଫିସିଆଲ୍ କାର୍ଯ୍ୟ ବାହାନା ରେ ମାସ ମାସ ବିଦ୍ୟାଳୟ ରେ ଅନୁପସ୍ଥିତ ରୁହନ୍ତି ,କିଏ କହିଲେ ମୁଁ ବବି ଦାସ ର ଲୋକ ମୋର କିଏ କଣ କରିବ ବୋଲି କହନ୍ତି ଏବଂ ସେ ସନ୍ଧ୍ୟା ହେଲେ ବିଦ୍ୟାଳୟ ହତା ମଧ୍ୟରେ ମଦ ଜୁଆ ଆସର କରନ୍ତି ,କିଛି ଅସାମାଜିକ ଯୁବକ ଙ୍କୁ ଧରି ଗାଁ ରେ ସମସ୍ତଙ୍କୁ ଭୟଭୀତ କରି ରଖିଛନ୍ତି । ଅତୀତ ରେ ଥିବା ପ୍ରଧାନ ଶିକ୍ଷକ ଙ୍କ ସହିତ ମିଶି ଦିର୍ଘ ୨-୪ ବର୍ଷର ପୋଷାକ ବଣ୍ଟନ ଏବଂ ମଧ୍ୟାହ୍ନ ଭୋଜନରେ ବହୁତ ହେରଫେର କରିଛନ୍ତି ଯାହାକି ତଦନ୍ତ ସାପେକ୍ଷ । ତାଙ୍କ ବିରୁଦ୍ଧ ରେ ଯାହାକୁ କହିଲେ ମଧ୍ୟ କେହି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ ।ଆଜି ଦଣ୍ଡମୁକ୍ତ ବିଦ୍ୟାଳୟ ରେ କୋମଳମତି ଶିଶୁ କୁ ପ୍ରାଣାନ୍ତକ ମାଡ ମାରିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଅଛନ୍ତି । ଏଭଳି ଶିକ୍ଷକଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗର ଉଚ୍ଚ କତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ, ବୁଦ୍ଧିଜିବୀ ମହଲରେ ଦୃଢ଼ ଦାବୀ ହେଉଛି l କେବେ ଏଭଳି ଦୁଷ୍ଟ ଶିକ୍ଷକ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଶିକ୍ଷା ବିଭାଗର ଉଚ୍ଚ କତୃପକ୍ଷ, ତାହା ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅବସରରେ  ମହୁଲପାଟଣା ଠାରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତ

masiha

କୋଇଲାରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

masiha

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର , ୪୬୫ ହିତାଧୀକାରୀ ଙ୍କୁ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!