ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ପ୍ରହରୀ ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀ ଙ୍କ ସମୀକ୍ଷା ବୈଠକ

ନୂଆପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ୧୦ ଗୋଟି ଆକାଂକ୍ଷା ଜିଲ୍ଲା କୁ କେନ୍ଦ୍ର ଅଧିକାରୀ ମନ୍ତ୍ରୀ ମାନେ ଗସ୍ତକରି ବିଭିନ୍ନ କେନ୍ଦ୍ର ଯୋଜନାର ସମୀକ୍ଷା କରୁଛନ୍ତି। ଆଜି ନୂଆପଡା ଜିଲ୍ଲାକୁ କେନ୍ଦ୍ର ପ୍ରହରୀ ଅଧିକାରୀ ଡ଼ଃ. ସନ୍ତୋଷ ଷଡ଼ଙ୍ଗୀ ଯୋଗ ଦେଇ ଆଜି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟ, କୃଷି ଓ ଜଳସେଚନ, ଆର୍ଥିକ ସମିକରର୍ଣ, ଭିତ୍ତିଭୂମିର ବିକାଶ, ଶିକ୍ଷା, ଗ୍ରାମ୍ୟ ଜଳ ଓ ପରିମଳ ମିଶନ, ଜଳ ଜୀବନ ମିଶନ, ଭଳି ଅନେକ ଯୋଜନାର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ସ୍ବାଧାଦେଵ ସିଂ, ପିଡ଼ି ନୂଆପଡା ମଧୁଚ୍ଛନ୍ଦା ସାହୁ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି କୁମାର ପ୍ରଧାନ, ଉପ ଜିଲ୍ଲାପାଳ ତରଣୀ ସେନ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ, ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ଦାଶ୍। ପାଞ୍ଚ ଗୋଟି ବ୍ଲକ ବିଡ଼ିଓ, ତହସିଲଦାର, ପୌର ପରିଷଦ ନିର୍ବାହୀ ଅଧିକାରୀ, ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ଅବସର ପ୍ରାପ୍ତ ଶିକ୍ଷକ ଭି.ଆତୁ ରାଜୁ ପଟ୍ଟନାୟକଂକୁ ସମ୍ବର୍ଦ୍ଧନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!