ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

ବସ୍ତା,14/09 : ବସ୍ତା ଥାନା ଦରଡ଼ା ବଜାରର ୪ଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଶନିବାର ସକାଳ ସମୟରେ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଦରଡା ବଜାରର ୪ଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇଜଣ ଚୋରକୁ କାବୁ କରି ପୋଲିସକୁ ଖବର ଦେଇଥିଲେ।ପୋଲିସ ଆଜି ସକାଳେ‌ ଆସି ଚୋର ମାନଙ୍କୁ ନିଜ ହେପାଜତକୁ ନେଉଥିବା ବେଳେ ଜୈନିକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଭିଡିଓ ଉତ୍ତୋଳନ କରୁଥିବା ସମୟରେ ପୁଲିସ ଭ୍ୟାନରେ ଥାଇ ଚୋର ଦ୍ବୟ ଜେଲରୁ ମୁକୁଳିଲେ ସାମ୍ବାଦିକ ଜଣକୁ ହତ୍ୟା କରିବ ବୋଲି ଖୋଲାଖୋଲି ଧମକ ଦେଇଥିଲେ। ପରେ ଏନେଇ ବସ୍ତା ପ୍ରେସ କ୍ଳବର ସଭାପତି ବିଜୟ କୁମାର ଭୂୟାଁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ବସ୍ତା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି l

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

masiha

କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଅଧିବେଶନ, ନିର୍ବାଚନ ପୂର୍ବରୁ ପେନସନ ଦିଅ

masiha

ବାଲ୍ୟ ବିଭାହ ଓ ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ   

Sunil Chandra Nayak

Leave a Comment

error: Content is protected !!