ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ : ରାସ୍ତା କଡ଼ରେ ଥିବା କାରକୁ ପଛପଟୁ ପିଟିଲା ଚଳନ୍ତା କାର୍, ଦୁଇ ଗୁରୁତର 

ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ : ରାସ୍ତା କଡ଼ରେ ଥିବା କାରକୁ ପଛପଟୁ ପିଟିଲା ଚଳନ୍ତା କାର୍, ଦୁଇ ଗୁରୁତର 

କନ୍ଧମାଳ : ୧୬/୦୯: (ମନିସ): ଭାରସାମ୍ୟ ହରାଇ ରବିବାର ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ । ୫୯ ନଂ ଜାତୀୟ ରାଜପଥ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ କାର୍ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମରାମତି ପାଇଁ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାରକୁ ପଛପଟୁ ପିଟିଲା ଆଉ ଏକ ଚଳନ୍ତା କାର୍ । ଦୁର୍ଘଟଣାରେ ଚଳନ୍ତା କାରରେ ଥିବା ତିନିଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆହତ ଦୁଇଜଣ ବାଲିଗୁଡ଼ାର ସ୍ବରାଜ ପ୍ରିତମ ପାଢ଼ୀ(ଗୁଡୁ) ଓ ରିକି ହୋଇଥିବା ବେଳେ ରିକି ନାମକ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ

Sunil Chandra Nayak

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର 

masiha

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!