ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଅଧୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ 

ଆଦିବାସୀ ଅଧୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ 

କନ୍ଧମାଳ, ତା,୧୬/୦୯:(ମନିସ): ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ୩ ଆଦିବାସୀ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ାରେ ନାମ ଲେଖାଇଛନ୍ତି l ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ୩ଜଣ ସବେରାଙ୍ଗା ଗ୍ରାମର କଳାକାର ପ୍ରଧାନ ଭୁବନେଶ୍ଵର ବିଜେବି କଲେଜରୁ ଯୁକ୍ତଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ରେ ସେ ଘର ଘରକୁ ଆସି ବାପା-ମା ଙ୍କୁ ଚାଷ କାମରେ ସାହାଯ୍ୟ କରି ଚଳିତ ବର୍ଷ ସେ ନିଟ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ କଟକ ଏସସିବି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସବେରାଙ୍ଗା ଗାଁରେ ଏକ ଛୋଡି ଛାଟିଆ ଘରେ ବାପା ମାସୁଙ୍ଗା ପ୍ରଧାନ ଓ ମା ସୁମିତା ପ୍ରଧାନ ରୁହନ୍ତି । ବାପା ହଳଦୀ ଚାଷ ସହିତ ଧାନ ଚାଷ କରି ପରି ପରିବାର ପୋଷଣ କରନ୍ତି । ସେହିଭଳି ବାଡ଼ାବାଙ୍ଗା ପଞ୍ଚାୟତ ଉପାନ୍ତ ଗଜେଡ଼ି ଗ୍ରାମର ଲିନ୍‌ସା । ସେ ଜଣେ ଦିବ୍ୟାଙ୍ଗ । ବିନା କୋଟିଂରେ ଦୁର୍ଗମାଞ୍ଚଳରୁ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢି ନିଟ୍ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜିରେ ନାମ ଲେଖାଇଛନ୍ତି । ତାଙ୍କ ବାପା ଜଣେ ଗଣ ଶିକ୍ଷକ ହୋଇଥିବା ବେଳେ ମା ଅଙ୍ଗନବାଡ଼ି କର୍ମୀ । ଲିସା ନୟାଗଡ଼ ସ୍ଥିତ ଡିଭାଇନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଡାକ୍ତରୀ ପଢ଼ିବାକୁ ଇଚ୍ଛା ରଖି ଭୁବନେଶ୍ବର ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ତିନିରେ ନାମ ଲେଖାଇଥିଲେ । କିନ୍ତୁ ମାଙ୍କ ଦେହ ଖରାପ ଯୋଗୁଁ ସେ ପାଠପଢ଼ା ଅଧାରେ ଛାଡ଼ି ଘରକୁ ଫେରିଥିଲେ । ଘରେ ରହି କଠିନ ପରିଶ୍ରମ କରି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ଏମକେ ସିଜିରେ ନାମ ଲେଖାଇଛନ୍ତି । ସେହିଭଳି ଭଳି ଦାସିଙ୍ଗବାଡ଼ି ପଞ୍ଚାୟତ ତାଡ଼ିମାହା ଗ୍ରାମର ଚାଷୀ କନେଶ୍ବର ପ୍ରଧାନଙ୍କ ପୁଅ ସନାତନ ପ୍ରଧାନ ଚଳିତ ବର୍ଷ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସଜିରେ ନାମ ଲେଖାଇଛନ୍ତି । ସନାତନ ବ୍ରହ୍ମପୁର ସ୍ଥିତ ଖଲିକୋଟ କଲେଜରେ ଦ୍ବାଦଶ ପାସ କରିଥିଲେ । ନିଟ୍ ପରୀକ୍ଷାରେ ଗୋଟିଏ ଚେଷ୍ଟାରେ କୃତିତ୍ୱ ଅର୍ଜନ କରିଛନ୍ତି ସେ ଖଲ୍ଲିକୋଟ କଲେଜରେ ପଢି ପଢିବା ସମୟରେ ଘରଭଡା ଓ ପାଠପଢା ଖର୍ଚ୍ଚ କରି ତାଙ୍କ ବାପା ଭାଙ୍ଗି ପଡିଥିଲେ । ତେଣୁ ସେ ଯୁକ୍ତ ୩ ପାଠପଢ଼ାରୁ ବଞ୍ଚିତ ରହିଥିଲେ । ସାଙ୍ଗ ସାଥୀଙ୍କ ବହି ମାଗି ନିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗାଁରେ ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ଗାଁ ଠାରୁ ଦୂର ଏକ ପାହାଡ଼ ଉପରେ ବସି ପାଠ ପଢି ନିଟ୍ ପରୀକ୍ଷା ଦେଇ ଆଜି ସେ ସଫଳତା ପାଇଛନ୍ତି l

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ରଜ ଉତ୍ସବ ପାଳନ

Sunil Chandra Nayak

ସଂଗ୍ରାମୀ ନୀଳମଣି ରାଉତରାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ

masiha

ଝରପାରି ରେ ମା କାଳୁଆ ମନ୍ଦିର ପ୍ରତିଷ୍ଠା ଉତ୍ସବ 

Leave a Comment

error: Content is protected !!