ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା କଲ୍ୟାଣକାରୀ ସୁଭଦ୍ରା ଯୋଜନା ଲୋକାର୍ପଣ ଶୁଭ ଅବସରରେ ରାଇରଙ୍ଗପୁର ବ୍ଲକ ରେ ଆୟୋଜିତ ହେଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ 

ମହିଳା କଲ୍ୟାଣକାରୀ ସୁଭଦ୍ରା ଯୋଜନା ଲୋକାର୍ପଣ ଶୁଭ ଅବସରରେ ରାଇରଙ୍ଗପୁର ବ୍ଲକ ରେ ଆୟୋଜିତ ହେଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ 

ରାଜ୍ୟ ସ୍ତରୀୟ ଉତ୍ସବ ରେ ପ୍ରଧାନମନ୍ତ୍ରୀ ଙ୍କ କରକମଳରେ ହେଲା ଲୋକାର୍ପିତ.
 ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ସହାୟତା ରାଶି.

ମୟୂରଭଞ୍ଜ -୧୭./୦୯. ( ମସିହା) ସଂଘର୍ଷ ରୁ ସଶକ୍ତି,ସଶକ୍ତି ରୁ ସମୃଦ୍ଧି ଓ ସମୃଦ୍ଧି ରୁ ବିକଶିତ. ଏହାହିଁ ହେଉଛି “ସୁଭଦ୍ରା ଯୋଜନା “

ଓଡ଼ିଶାର ପ୍ରତ୍ୟେକଟି ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଘରେ ଘରେ ଆଦୃତ ଓ ଲୋକପ୍ରିୟ ସୁଭଦ୍ରା ଯୋଜନା ଆଜି ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଲୋକାର୍ପିତ ହୋଇଛି । ତଦସହ ଯୋଗ୍ୟ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତା କୁ ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି ଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ତତ୍ତ୍ୱlବଧାନ ରେ ରାଇରଙ୍ଗପୁର କଲେଜ ପଡିଆ ଠାରେ ପୂର୍ବାହ୍ନ ୧୧ ଘଟିକା ସମୟ ରେ ସୁଭଦ୍ରା ଯୋଜନା ଲୋକାର୍ପଣ ଉତ୍ସବ ସମ୍ଭନ୍ଧୀୟ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ଭାବେ ମୟୁରଭଞ୍ଜ ମାନ୍ୟବର ଲୋକସଭା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ନବୀନ ରାମ, ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ହେମ୍ବ୍ରମ, ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ, ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ ଓ ବିଜେପି ଦଳର ରାଇରଙ୍ଗପୁର ନଗର ସଭାପତି ଶ୍ରୀ ସୁରଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ. ।

ପ୍ରାରମ୍ଭ ରେ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଉଦିଷ୍ଟ ଏହି ଯୋଜନା ସମ୍ଭନ୍ଧୀୟ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଉପସ୍ଥାପନ କରିବା ସହ ଏହି ଯୋଜନା ର ମୂଳ ଲକ୍ଷ୍ୟ ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ. ସେହିପରି ମଂଚାସୀନ ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ୍ୟ ଏହି ଲୋକପ୍ରିୟ ଯୋଜନା ସମ୍ଭନ୍ଧରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

ଏହି ଅବସରରେ ଏହି ଯୋଜନା ର କିଛି ହିତାଧିକାରୀ ସରକାରଙ୍କ ଦ୍ୱାରା ଏହି ଯୋଜନା ଘୋଷଣା ହେବାପର ଠାରୁ ତାଙ୍କ ବ୍ୟାଙ୍କ ଖାତାକୁ ଏକ ଟଙ୍କା ଆସିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ରେ ନିଜ ନିଜ ର ଅନୁଭୂତି ବଖାଣିବା ସହିତ ପର୍ଯାୟ କ୍ରମେ ପାଇବାକୁ ଥିବା ଉକ୍ତ ୫୦ ହଜାର ଅର୍ଥ ରାଶିର ସଠିକ ବିନିଯୋଗ ନେଇ ଭବିଷ୍ୟତ ର ପ୍ଲାନିଂ ସମ୍ବନ୍ଧରେ ନିଜନିଜ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଅତିଥି ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କିଛି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ. ପ୍ରକାଶ ଥାଉକି ଆଜିଠାରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ “ସ୍ୱଚ୍ଛତା ହିଁ ସେବା -୨୦୨୪” ଅଭିଯାନ ଚାଲିବ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଂଚାୟତ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ମିଶନ ଶକ୍ତି ର ସଦସ୍ୟା, କମ୍ୟୁନିଟି ସପୋର୍ଟ ଷ୍ଟାଫ, ଆଶା କର୍ମୀ,ଅନ୍ୟାନ୍ୟ ମହିଳା ହିତାଧିକାରୀ, ସରପଞ୍ଚ ଓ ପିଆରଆଇ ସଦସ୍ୟ ମାନେ ଯୋଗ ଦେଇଥିଲେ.କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟ ରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବ୍ଲକ ର ବିଭିନ୍ନ ପଦାଧିକାରୀ, କର୍ମକର୍ତ୍ତା ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିର୍ମାଣାଧୀନ ପୋଲ ର ଡାଇଭର୍ଶନ ରାସ୍ତା କାଦୁଅ ପଚ ପଚ : ପଥ ଚାରୀ ବାଇକ ଅରୋହି ବେହାଲ 

Sunil Chandra Nayak

କ୍ଲଷ୍ଟର ର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି

masiha

ମହା ସମାରୋହ ସହ ଉଦଯାପନ ହେଲା ନବରଙ୍ଗପୁର ର ପୁଷ୍ ପୁନେଇ ପରବ ୨୦୨୫ 

masiha

Leave a Comment

error: Content is protected !!