ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ -ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା ର ସିଧା ପ୍ରସାରଣ ଦେଖିଲେ ସହସ୍ରାଧିକ ମହିଳା 

ଜୁନାଗଡ଼ରେ -ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା ର ସିଧା ପ୍ରସାରଣ ଦେଖିଲେ ସହସ୍ରାଧିକ ମହିଳା 

 ଜୁନାଗଡ଼ -୧୭/୯(ମ ନି ସ) ଜୁନାଗଡ଼ ହାଇସ୍କୁଲ ଖେଳ ପଡ଼ିଆରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ଅଭାସି ମାଧ୍ୟମରେ ସିଧା ପ୍ରସାରଣ ଦେଖିଲେ ସହସ୍ରାଧିକ ମହିଳା। ଜୁନାଗଡ଼ ବ୍ଳକ ପ୍ରଶାସନ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସିଧା ପ୍ରସାରଣ ଦେଖିଥିଲେ, ଏଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ଵଚ୍ଛତା ନିମନ୍ତେ ଶପଥ ପାଠ କରାଯାଇଥିଲା, ମହିଳା ଗୋଷ୍ଠୀ ମାନଙ୍କ ସଫଳତାର ଅନୁଭୁତି ଅନ୍ୟର ଉଦାହରଣ ପାଲଟିବ ବୋଲି ପ୍ରସଙ୍ଗ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା,ବିଡିଓ ଦେବାଶିଷ କର ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକର ଅନେକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ।ସୁଭଦ୍ରା ଯୋଜନା ଦ୍ୱାରା ମହିଳାମାନେ ସଶକ୍ତ ହୋଇ ପାରିବେ ବୋଲି ତାଙ୍କ ଅଭିମୁଖ୍ୟରେ ସମସ୍ତଙ୍କୁ ଅବଗତ କରିଥିଲେ।ଏହି ଯୋଜନାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ହୋଇଥିବା ଉଦଘାଟନୀ ସମାରୋହ ଓ ତାଙ୍କ ଅଭିଭାଷଣ ଶୁଣି ଉପସ୍ଥିତ ମହିଳା ମାନେ ବେଶ ଉତ୍ସାହୀତ ହୋଇଥିବା ଦେଖିବାକୁ ମିଳିଥିଲା।ଏହା ପରେ ଅତିରିକ୍ତ କିସ୍ତି ପାଇଥିବା ଇନ୍ଦିରା ଆବାସ ହିତାଧିକାରୀଙ୍କୁ ପୁରସ୍କାର ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପଧକ୍ଷ୍ୟ ପ୍ରମୋଦ ବେହେରା, ସିଡିପିଓ ଶୈଳଜା ଦାସ, ବପିଓ ତରୁଣକୁମାର ଚୋଟରା,ଡବ୍ଲୁଇଓ, ଜିପିଇଓ, ଏଇ ଇଓ,ସେକସନ ଅଫିସର,ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ପିଓ, ଏବଂ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

masiha

କ୍ରିଡା ଶିକ୍ଷକ ଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳି ସଭା 

masiha

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତର ମଧୁବନ,କୁଞ୍ଜକାନ୍ତ ମଙ୍ଗଳା ଓ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!