ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଵ୍ଳକରେ ବ୍ଳକ ସ୍ତରୀୟ ‘ ସୁଭଦ୍ରା ଶୁଭାରମ୍ଭ ‘କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ 

ବିଜାତଳା ଵ୍ଳକରେ ବ୍ଳକ ସ୍ତରୀୟ ‘ ସୁଭଦ୍ରା ଶୁଭାରମ୍ଭ ‘କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ 

 ମୟୂରଭଞ୍ଜ – ୧୭/୦୯ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ପଞ୍ଚାୟତ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ଯୋଜନା ‘ ସୁଭଦ୍ରା ‘ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଶୁଭାରମ୍ଭ କରିବା ପରେ ଆଭାସୀ ମାଧ୍ୟମରେ ଏକତ୍ର ହୋଇ ଦେଖୁଥିବା ବିଜାତଳା ବ୍ଲକର ଶହ ଶହ ମହିଳା କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ | ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜାତଳା ବ୍ଲକ ଅଧ୍ୟକ୍ଷା ରାଣୀ ମୁର୍ମୁ , ଉପାଧ୍ୟକ୍ଷା ରୁପିମଣି ଟୁଡୁ , ସିଡିପିଓ ଲକ୍ଷ୍ମୀ ଖୋୟା , ଏଇଇ ମୋନାଲିସା ନାଏକ , ମିଶନଶକ୍ତି ବିପିସି ମନୋଜ କୁମାର ମହାନ୍ତ, ମମତା ପିଏ ବିଶ୍ୱରଂଜନ କରଶର୍ମା ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲା ନୋଡାଲ ଅଧିକାରୀ ମନରଥ ଜଗନ୍ନାଥ ଓ ହରିଶ ଚନ୍ଦ୍ର ଧଳ ଯୋଗ ଦେଇ ‘ ସୁଭଦ୍ରା ‘ ଯୋଜନା ବାବଦରେ ମହିଳା ମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ | କିଛି ମହିଳା ସୁଭଦ୍ରା ଯୋଜନାରେ ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଅର୍ଥ କୁ କିଭଳି ବିନିଯୋଗ କରିବେ କହିଥିଲେ ।ଅର୍ଥ ଆକାଉଣ୍ଟ କୁ ଆସିଥିବା ଦେଖି ମନରେ ବହୁ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା । ସେମାନଙ୍କ ମୁଖ ମଣ୍ଡଳରେ ଆନନ୍ଦ, ଉତ୍ସାହ,ଖୁସିର ଉର୍ଜା ଉପଲବ୍ଧ ହେଉଥିଲା । ଏହି ଭବ୍ୟ ସୁଭଦ୍ରା କାର୍ଯ୍ୟ ସମାରୋହରେ ଚିତ୍ରସେନ ମହାନନ୍ଦିଆ, ଗଣେଶ୍ୱର ବେହେରା, ପୁଷ୍ପାଞ୍ଜଳି ରାଉତ, ଗଣେଶ୍ୱର ସିଂ, କୁମୁଦିନୀ ପାତ୍ର, ସୁନ୍ଦରମୋହନ ମାର୍ଣ୍ଡି, ତାରିଣୀ କାନ୍ତ ମହାନ୍ତଙ୍କ ସମେତ ବ୍ଲକ ମିଶନ ଶକ୍ତି ମହାସଂଘର ସଭାପତି, ସମ୍ପାଦିକା, ପଞ୍ଚାୟତ ମିଶନ ଶକ୍ତି ମହାସଂଘର ସଭାପତି, ସମ୍ପାଦିକା, ସମସ୍ତ ଏମବିକେ , ସିଆରପି-ସିଏମ , ବ୍ୟାଙ୍କମିତ୍ର, ଇସି ସଭ୍ୟା, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଏ ଅବସରରେ ନିଜ ଆଖପାଖ ଅଞ୍ଚଳର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବା ସକାଶେ ” ସ୍ୱଚ୍ଛତା ହିଁ ସେବା ” ଆଧାରରେ ସମସ୍ତେ ଶପଥପାଠ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ 

Sunil Chandra Nayak

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

Sunil Chandra Nayak

ଆଜି ଯୀଶୁଙ୍କ ପୁନରୁଥାନ ଦିବସ ପାଳନ କଲେ ଚର୍ଚ୍ଚରେ କ୍ରିଷ୍ଟ ଧର୍ମବଲମ୍ବି 

masiha

Leave a Comment

error: Content is protected !!