ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ବ୍ଲକ କୃଷି ବିଭାଗ:ମାଣିକେରା କୃଷି ଅଧିକ୍ଷକଙ୍କ ନୂଆଖାଇ ଛୁଟି ସରିନି , ଉତ୍କଟ ରୋଗପୋକରେ ଧାନଚାଷ:ମିଳୁନି ଠିକ୍ ପରାମର୍ଶ

ମ.ରାମପୁର ବ୍ଲକ କୃଷି ବିଭାଗ:ମାଣିକେରା କୃଷି ଅଧିକ୍ଷକଙ୍କ ନୂଆଖାଇ ଛୁଟି ସରିନି ,

ଉତ୍କଟ ରୋଗପୋକରେ ଧାନଚାଷ:ମିଳୁନି ଠିକ୍ ପରାମର୍ଶ

ମ.ରାମପୁର,୧୯/୯(ମସୀହା): ଏବେ ଜମିରେ ଧାନ ଚାଷ । ଧାନ ଚାଷରେ ବିଭିନ୍ନ ପ୍ରକାର ରୋଗ,ପୋକ । ଏହି ସବୁ ଦାଉରୁ ରକ୍ଷା ପାଇବା ପାଇଁ କୃଷି ବିଭାଗରେ ରହିଛନ୍ତି କୃଷି ଅଧିକ୍ଷକ । କିନ୍ତୁ ନିଜର ମନମାନି ଯୋଗୁଁ ଚାଷୀଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ୁଛି । ଏପରିକି ଧାନଗଛ ଓ ଔଷଧ ଧରି ମ.ରାମପୁର ବ୍ଲକ କୃଷି ବିଭାଗକୁ ଆସି ପରାମର୍ଶ ନେଉଛନ୍ତି । ଆଜି ମଧ୍ୟ ସାଇଦଲଙ୍ଗା ପଂଚାୟତ ଟୁର୍ଚ୍ଚି ଗ୍ରାମର ଜଣେ ଚାଷୀ ନିଜ ଧାନଗଛ ସହିତ ଔଷଧ ଧରି କୃଷି କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ହାଲୁକା ଭାବରେ କିଛି ଅସୁବିଧା ନାହିଁ,ସେଇଠି ଯାଇ ଅନ୍ୟଜଣଙ୍କୁ ଦେଖାକଲେ ସେ ସମାଧାନ କରିଦେବେ ବୋଲି ବିଏଓ ଏବଂ ଏଏଓ ପରାମର୍ଶ ଦେଇଥିବା ଦେଖାଯାଇଥିଲା । ଅନ୍ୟପଟେ କିନ୍ତୁ ମାଣିକେରା କୃଷି ଅଧିଦର୍ଶକଙ୍କ ନୂଆଖାଇ ଛୁଟି ସରୁନି । ଏଭଳି ଏକ ଅଭିଯୋଗ ଆସିଛି ମ,ରାମପୁର କୃଷି ବିଭାଗ ଅନ୍ତର୍ଗତ ମାଣିକେରା କୃଷି ଅଧିକ୍ଷକଙ୍କ ନାମରେ । ନୂଆ ଖାଇ ଛୁଟି ପରଠାରୁ କେବଳ ନୂହେଁ ସେ ବର୍ଷର ପ୍ରାୟ ସବୁ ସମୟରେ ନିଜ କ୍ଷେତ୍ରାଂଚଳ ଯିବା ବଦଳରେ ଘରେ ଆରାମ୍ ରେ ରହିଯାଉଛନ୍ତି । ଏପରିକି କୃଷକମାନେ ବିଭିନ୍ନ ସମସ୍ୟା ନେଇ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟାକଲେ ମଧ୍ୟ ସେ କାହାରି ଫୋନ୍ ଉଠନଥିବା ଏବଂ ଅଭିଯୋଗ କଲେ,ମୋର କଣ କରିବ କର ବୋଲି ଧମକ୍ ଦେବା ଭଳି ଅଭିଯୋଗ କରିଛନ୍ତି ମାଣିକେରା ଅଂଚଳର ଚାଷୀସମୂହ । ଏନେଇ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଳା କୃଷି ଅଧିକାରୀ ଜରିଆରେ ଅଭିଯୋଗ ଶୁଣାଣୀ ସମୟରେ ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ ଫଳ ଶୂନ୍ । ମାଣିକେରା କୃଷି ଅଧିକ୍ଷକ ମନୋଜ କୁମାର ପାତ୍ରଙ୍କ କର୍ତ୍ତବ୍ୟରେ ଅବହେଳା ଏବଂ ଚାଷୀମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ ନେଇ ମାଣିକେରା ଗ୍ରାମ ପଂଚାୟତର ସରପଂଚ ଫଗୁଣ ପାତ୍ର,ସମିତିସଭ୍ୟା ରାଜ କୁମାରୀ ସୁନା ଙ୍କ ସମେତ ଅଂଚଳର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ କୃଷି ଅଧିକ୍ଷକ ଶ୍ରୀଯୁକ୍ତ ପାତ୍ରଙ୍କୁ ପଚାରିବାରୁ,ମୁଁ ଛୁଟିରୁ ଆସି କାମ କରୁଛି ଏବଂ ଏବେ ଡ଼ିଜିଟାଲ କ୍ରପ୍ ସର୍ଭେ ଚାଲିଥିବାରୁ ମୋତେ ବ୍ଲକର ୧୯ ଗୋଟି ପଂଚାୟତର ବିଭିନ୍ନ ଅଂଚଳକୁ ଯିବାକୁ ପଡ଼ୁଛି ଏବଂ ମୋତେ ସମସ୍ତ ପଂଚାୟତ ସର୍ଭେ ଦାୟିତ୍ୱ ଦିଅଯାଇଛି ବୋଲି କହିଛନ୍ତି । ତେବେ ଜଣେ କୃଷି ଅଧିକ୍ଷକ କିଭଳି ସମସ୍ତ ପଂଚାୟତର ଡ଼ିସିଏସ୍ କଥା ବୁଝୁଛନ୍ତି,ତାହା ଏକ ପ୍ରଶ୍ନବାଚୀ । ଏ ନେଇ ବ୍ଲକ କୃଷି ଅଧିକାରୀଙ୍କୁ ପଚାରିବାରୁ,ସେ ଛୁଟିରୁ ଆସି ଡ଼ିସିଏସ୍ କାମରେ ମାଣିକେରା ଅଂଚଳ ଯାଇଛନ୍ତି ବୋଲି ମିଛ ସହ ତାଙ୍କୁ ଘଂଟ ଘୋଡ଼ାଉଥିବା ଅଭିଯୋଗ ହେଉଛି । ବିଶ୍ୱସ୍ଥସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅଧିକ୍ଷକ ବାବୁ ଜଣକ ଗତକାଲି ଅପରାହ୍ନରେ ନୂଆଖାଇ ଛୁଟି ସାରି ନିଜ ବସାଘରେ ପହଂଚିଥିବା ଜଣାଯାଇଛି । ତେବେ ବର୍ତ୍ତମାନ ଚାଷୀ ନିଜର ସମସ୍ତ ଅର୍ଥକୁ ଜମିରେ ଲଗେଇଦେଇ ଅମଳ ପାଇଁ ଆଶା ବାନ୍ଧିଥିବାବେଳେ ରୋଗପୋକ ସହିତ କୃଷି କର୍ମଚାରୀ ଦାଉସାଧୁଛନ୍ତି । ତୁରନ୍ତ ଏହି କୃଷି ଅଧିକ୍ଷକଙ୍କୁ ବଦଳି କରାଯିବାକୁ ଅଂଚଳର ଓାର୍ଡ଼ସଭ୍ୟ/ଚାଷୀ କ୍ଷମାନିଧି ଧରୁଆ(ୱାର୍ଡ଼ ସଭ୍ୟ),ଲକ୍ଷ୍ମୀ ଘଡ଼େଇ(ୱାର୍ଡ଼ ସଭ୍ୟ),ଚାଷୀ ପୂର୍ଣ୍ଣଚନ୍ଦ୍ର ଘଡ଼େଇ,ଛବିଲ ଧରୁଆ ପ୍ରମୁଖ ଶତାଧିକ ଚାଷୀ ଦାବୀ କରିଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସେମିଳିଗୁଡା ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ୩ ବ୍ଲକ କୁ ଜଳସେଚନ ଦାବି… ଚାଷି ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ…

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

masiha

Leave a Comment

error: Content is protected !!