ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁଶୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଗଲା ପରିବାର

ଭୁଶୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଗଲା ପରିବାର

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ସମ୍ପତି ସାହୁ, ପିତା ଲକ୍ଷ୍ମଣ ସାହୁ ତାଙ୍କର ପରିବାର ରେ ପାଞ୍ଚ ସଦସ୍ୟ ଗୋଟିଏ ବଘରା ଭଙ୍ଗା ଦଦରା ଝାଡି ମାଟି କୁଡିଆ ଘରେ ଜୀବନ ବିତୁଛି l ରାତିରେ ସୋଇଥିବା ସମୟରେ ଘର କାନ୍ଥ ଭୁଷୁଡି ଯିବାରୁ ଘର ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ଦୀର୍ଘ ଛଅ ବର୍ଷରୁ ଉର୍ଦ୍ଧ୍ବ ହେବ ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ।ଘରଟିକୁ ମରାମତି କରିପାରୁ ନ ଥିବାରୁ ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି l ଗତ ପ୍ରବଳ ବର୍ଷାରେ ଗୋଟିଏ କାନ୍ଥ ଭୁଶୁଡ଼ି ଥିବାରୁ ସେହି ଭଙ୍ଗା ଦଦରା ଘରେ ପାଳ ଦେଇ ଉଭୟ ପରିବାର ବିପଦ ସଂକୁଳ ଅବସ୍ଥା ରେ ରହୁଛନ୍ତି l ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହିତାଧିକାରୀ ମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ପ୍ରକାଶ କରିଛନ୍ତି l ଘର ଖଣ୍ଡିଏ ପାଇଁ ବିଡ଼ିଓ ଏବଂ ସରପଞ୍ଚ ଙ୍କ ପାଖକୁ ବାରମ୍ବାର ଯାଇ ଗୁହାରି କଲେ ମଧ୍ୟ କିଛି ସୁବିଧା ମିଳିଲା ନାହିଁ l ମାତ୍ର  ପ୍ରତିଶ୍ରୁତି ପାଣିର ଗାର ସଦୃଶ ବୋଲି ହିତାଧିକାରୀ ମାନେ କହିଛନ୍ତି l ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଆବାସ ଘର ଯୋଗାଇଦେବାକୁ ଦାବି ହେଉଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କାମ କରି ଘରକୁ ଫେରିବା ବେଳେ ନାଳରେ ପଡି ମୃତ୍ୟୁ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

masiha

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ରେ…..

masiha

Leave a Comment

error: Content is protected !!