ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନଝେର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ମାନଝେର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

ଚଳିତ ସେପ୍ଟେମ୍ବର ମାସ ୨୧ ତାରିଖ ଶନିବାର ଦିନ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ କ୍ଲଷ୍ଟର୍ ର ମାନଝରୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଚତୁର୍ଥ ମାସିକ କ୍ଳଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ରେ କଳାହାଣ୍ଡି ,ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଟ ଶିକ୍ଷକ ପ୍ରଶିକ୍ଷକ ତଥା ଡି.ଆଇ.ଇ.ଟି ଓ ସି.ଆର୍. ସି .ସି, ଲିଙ୍କ୍ଜଜ ର ବ୍ଲକ୍ ସଯୋଜକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଗ୍ରୀଣ୍ଡୋଲ କ୍ଲଷ୍ଟର ସି.ଆର.ସି ସି, ଗଜିନ୍ଦ୍ର ନାଏକ ଙ୍କ ତତ୍ତ୍ଵାଵଧାନ ରେ ବୈଠକ ଆୟୋଜିତ ହୋଇଥିଲା।ବୈଠକର ଆରମ୍ଭ ହେବା ପୁର୍ବରୁ ବିଦ୍ୟାଳୟ ର ଶୈକ୍ଷିକ ଓ ଭୌତିକ ଭିତ୍ତିଭୂମି ପରିଦର୍ଶନ କରାଯାଇ ତାହା ଉପରେ ଆଲୋଚନା କରାଗଲା ଓ ପରେ ପୂର୍ବ ବୈଠକର ଆଲୋଚନା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ, ଏନ୍), ର ଅଗଷ୍ଟ ମାସର ଏକାଡେମୀକ୍ କ୍ୟାଲେଣ୍ଡର, ପାଠ ଯୋଜନା, ବିଦ୍ୟାଳୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସମାଧାନ, ମାନନିର୍ଦ୍ଧାରଣ ଟ୍ରାକର, ଇ- ଯାଦୁଇ ପିଟାରା, ଵିଲଡିଂ ବ୍ଲକ,ପ୍ରଥମ, ଦୂତୀୟ, ଓ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ, ଏନ୍), ଜ୍ଞାନ ହାସଲର ଏକକ ଶ୍ରେଣୀ ଓ ବହୁ ଶ୍ରେଣୀ ଶିକ୍ଷାଦାନ ପାଇଁ ପାଠଯୋଜନା ସହିତ ଡେମୋ କ୍ଲାସ, ରାଜ୍ୟ ସ୍ତରୀୟ ଉପଲବ୍ଧି ସର୍ବେକ୍ଷଣ , ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରଧାନ ଶିକ୍ଷକ ଓ ଶିଷୟିତ୍ରୀମାନଙ୍କ ଭୂମିକା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ, ଏନ୍), ଜ୍ଞାନର ମାନନିର୍ଦ୍ଧାରଣ ଟ୍ରାକର ପୂରଣ କରିବା,ସାଇବର ସିକୁରିଟି ଓ ମୋ ସ୍କୁଲ ୱଏବ ପୋର୍ଟାଲ ସମ୍ବନ୍ଧରେ ଚଳିତ ଶିକ୍ଷା ବର୍ଷର ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲଚନା ହେବା ସହିତ ସ୍କୁଲକୁ ଆସିଥିବା ବିଭିନ୍ନ ଅନୁଦାନ ରାଶିର ସଠିକ୍ ବିନିଯୋଗ ଆଦି ବିଷୟରେ ଆଲୋଚନା ହୋଇଥିଲା, ଉକ୍ତ ବୈଠକରେ ଉକ୍ତ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିବା ସହିତ କ୍ଲୁଷ୍ଟର ଅନ୍ତର୍ଗତ ଷୋହଳ ଗୋଟି ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷକ ଓ ଶି୍ଷୟିତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ଏଥିରେ କଳାହାଣ୍ଡି ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଟ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ ଉପସ୍ଥିତ ରହି ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ଓ ସମସ୍ତ କାଯ୍ୟର୍କ୍ରମ କୁ ପ୍ରଯ୍ୟବେକ୍ଷଣ କରିବା ସହିତ ଏଫ୍, ଏଲ, ଏନ୍, ଗ୍ରେଡ କୁ ଅଧିକ ଗୁରୁତ୍ଵ ଦେବା ସହିତ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରେ ଟ୍ରାକର,ଟାବଲେଟ ବ୍ୟବହାର , ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ,ଏନ୍) ଜ୍ଞାନର ମାନନିର୍ଦ୍ଧାରଣ ଟ୍ରାକର ପୂରଣ କରିବା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ ଓ ଶେଷରେ ସି, ଆର୍, ସି, ସି ଗଜିନ୍ଦ୍ର ନାଏକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବିଦ୍ୟାଳୟ ର ସୁବିଧା ଅସୁବିଧା ଆଲୋଚନା କରି ତାର ସମାଧାନ କିପରି ହେଵ ଜଣାଇଵାସହିତ ସମସ୍ତ ଙ୍କୁ ଆଗାମୀ ମାସର ବୈଠକର ସ୍ଥାନ ସମ୍ପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

masiha

ବିଦ୍ୟାଳୟ ପରିଚାଳନାରେରେ  ଦୁର୍ନୀତି !! ତିର୍ତ୍ତୋଲ ଶିକ୍ଷାବିଭାଗରେ ରାଜନୀତିର ଝଲକ !!

Sunil Chandra Nayak

ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ :

Sunil Chandra Nayak

Leave a Comment

error: Content is protected !!