ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜଗତସିଂହପୁର(୧୭/୦୯): ଆଜି ସକାଳ ୦୯.୩୦ଘଟିକା ସମୟରେ ଜଗତସିଂହପୁର ଜିଲ୍ଲା ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ ପ୍ରାଙ୍ଗଣରେ କଟକ ଦକ୍ଷିଣ ଡାକମଣ୍ଡଳ ତରଫରୁ ଜଗତସିଂହପୁର ଉପ ମଣ୍ଡଳର ସହକାରି ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ହେମ୍ବ୍ରମ ଙ୍କ ତତ୍ୱାବଧାନରେ ଏକ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ମୁଖ୍ୟତଃ ଜଗତସିଂହପୁର WTC ର ପ୍ରଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ସାହୁ ପରିଚାଳନା କରିଥିଲେ |କୁଶ କୁମାର, ବିଜନେସ ଏଜକ୍ୟୁଟିଭ ଅସିତ କୁମାର ସ୍ୱାଇଁ ଓ ଅଲିଭା ବିଶ୍ୱାଳ ଏହି ଶିବିରେ ଶ୍ରୀଯୁକ୍ତ ସାହୁଙ୍କୁ ପରିଚାଳନା କରିବାରେ ସହଯୋଗ କରିଥିଲେ | ଏହି ଶିବିରରେ ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ଡାକଘରର ପ୍ରାୟ ୫୦୦ ଜଣ ଡାକ କର୍ମଚାରୀମାନଙ୍କୁ ଡାକଘରେ ଉପଲବ୍ଧ ସହିତ ନୂତନ ଭାବେ ଯୋଗ ହେଉଥିବା ନୂଆ ନୂଆ ସ୍କିମ ସମ୍ବନ୍ଧରେ ଟ୍ରେନିଙ୍ଗ ଦିଆଯାଇଥିଲା | ଏହି ଶିବିର ପ୍ରାୟ ୮ ଘଣ୍ଟା ଧରି ଚାଲି ସନ୍ଧ୍ୟା ୦୫.୩୦ଘଟିକାରେ ଶେଷ ହୋଇଥିଲା | ଏହି ଶିବିରକୁ ଆୟୋଜନ କରିବାରେ ଓଭରସିଅର ପୁରୁଷୋତ୍ତମ ସାସମଲ,ପ୍ରିତମ ଦାସ,ନେପାଳ ଶବର, ଜଗନ୍ନାଥ ପାତ୍ର,ବିଶ୍ୱନାଥ ଯତି ପ୍ରମୁଖ ସହଯୋଗ କରିଥିଲେ |

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ 

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

ଡ଼ାକବାଜି ଯନ୍ତ୍ର ଯୋଗେ ନିଜର ପରିଚୟ ସୃଷ୍ଟି କରିଥିବା କମଲ ଚରଣ (କର୍ଣାଟ) ଙ୍କ ପରଲୋକ  ଆଉ ଶୁଭିବ ନାହିଁ ଗୁରୁ ଗମ୍ଭୀର ସ୍ୱରର ପ୍ରଚାର ପ୍ରସାର….

masiha

Leave a Comment

error: Content is protected !!