ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ
ଡାବୁଗାଁ, ୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ଓଡିଶା ଦିବସ ପାଳିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରଯାଇଥିଲା | ପରେ ସଭାରେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ଦାସ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସୂତ୍ରଧାର ମହାପୁରୁଷ ମାନଙ୍କ ଜୀବନୀ ଓ ଓଡିଶା ପ୍ରଦେଶ ଗଠନ ହେବାରେ ସେମାନଙ୍କ ଭୂମିକା ଉପରେ ଛାତ୍ରୀ ମାନଙ୍କୁ କହିଥିଲେ | ଏଥିରେ ଛାତ୍ରୀ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏହି ଭାଷଣ ପ୍ରତିଯୋଗୀତାରେ ୧ମ. ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା | ଏହି ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆରତୀ ବିଷୋୟୀ, ରଶ୍ମିରାଣୀ ପଣ୍ଡା, ରଶ୍ମୀରଞ୍ଜିତା ନାୟକ, କେ. ଦମୟନ୍ତୀ ଦୋରା, ସୁନାମଣି ପୂଜାରୀ, ବିନିତା ଠାକୁର୍, ସୁପ୍ରିୟା ମହାଙ୍କୁଡ, ମୋନାଲିସା ପରିଡ଼ା, କଳ୍ପନା ଉଥାନସିଂ, ସୁଦେଶ୍ନା ଜତି ଓ ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ନାଥ ପରିଚାଳନା କରିଥିଲେ |