ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

ଡାବୁଗାଁ, ୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ଓଡିଶା ଦିବସ ପାଳିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରଯାଇଥିଲା | ପରେ ସଭାରେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ଦାସ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସୂତ୍ରଧାର ମହାପୁରୁଷ ମାନଙ୍କ ଜୀବନୀ ଓ ଓଡିଶା ପ୍ରଦେଶ ଗଠନ ହେବାରେ ସେମାନଙ୍କ ଭୂମିକା ଉପରେ ଛାତ୍ରୀ ମାନଙ୍କୁ କହିଥିଲେ | ଏଥିରେ ଛାତ୍ରୀ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏହି ଭାଷଣ ପ୍ରତିଯୋଗୀତାରେ ୧ମ. ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା | ଏହି ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆରତୀ ବିଷୋୟୀ, ରଶ୍ମିରାଣୀ ପଣ୍ଡା, ରଶ୍ମୀରଞ୍ଜିତା ନାୟକ, କେ. ଦମୟନ୍ତୀ ଦୋରା, ସୁନାମଣି ପୂଜାରୀ, ବିନିତା ଠାକୁର୍, ସୁପ୍ରିୟା ମହାଙ୍କୁଡ, ମୋନାଲିସା ପରିଡ଼ା, କଳ୍ପନା ଉଥାନସିଂ, ସୁଦେଶ୍ନା ଜତି ଓ ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ନାଥ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

masiha

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

masiha

ନୂଆପଡ଼ା ଜିଲ୍ଲା ଖଡିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!