୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ
ରାୟଗଡ/୧.୪.୨୪/ : ୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ରାୟଗଡ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀ ଓ ଜନସାଧାରଣଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ କରାଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୋୖଧରିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ପଞ୍ଚାୟତ ସମିତି ଚେୟାରମ୍ୟାନ ଶୁଶ୍ରୀ ଟୁନି ହୁଇକା ଯୋଗ ଦେଇ ଦହିପଣା ଓ ତରଭୁଜ ବଣ୍ଟନ କରିଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ଏଭଳି ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରାୟ ଦୁଇ ହଜାର ଲୋକଙ୍କୁ ଦହିପଣା ଓ ତରଭୁଜ ବଣ୍ଟନ କରାଯାଇଥିଲା । ସୂଚନଯୋଗ୍ୟ ଯେ ଦିର୍ଘ ବାର ବର୍ଷ ହେଲା ଉତ୍କଳ ଦିବସ ଅବସରରେ ଏଭଲି କାର୍ଯ୍ୟକ୍ରମ କରି ଆସୁଛନ୍ତି ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭ୍ୟସଭ୍ୟା ମାନେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ସହ କୋଷାଧ୍ୟକ୍ଷ ଜି. ବ୍ରହ୍ମାଜି, ଆର.ଜି.ପି. ରାଓ, ଲାଡ଼ି ଚନ୍ଦ୍ରମୌଳି, ସନ୍ତୋଷ ପଣ୍ଡା, ସନ୍ୟାସି ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ , ବିଜୟ ଚନ୍ଦ୍ର ପାତ୍ର, ରକେଶ ସିନହା, ଶଙ୍କର ପାତ୍ର, ବିଜୟ ତ୍ରିପାଠୀ, ଜୟନ୍ତ ପାଟଜୋସି,ଗୀତାରାଣୀ ମିଶ୍ର , ମହାଶ୍ୱେତା ପାଣିଗ୍ରାହୀ, ଭକ୍ତ ବଲଭ ପଟ୍ଟନାୟକ ଓ ଭାସ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।