ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

ରାୟଗଡ/୧.୪.୨୪/ : ୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ରାୟଗଡ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀ ଓ ଜନସାଧାରଣଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ କରାଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୋୖଧରିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ପଞ୍ଚାୟତ ସମିତି ଚେୟାରମ୍ୟାନ ଶୁଶ୍ରୀ ଟୁନି ହୁଇକା ଯୋଗ ଦେଇ ଦହିପଣା ଓ ତରଭୁଜ ବଣ୍ଟନ କରିଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ଏଭଳି ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରାୟ ଦୁଇ ହଜାର ଲୋକଙ୍କୁ ଦହିପଣା ଓ ତରଭୁଜ ବଣ୍ଟନ କରାଯାଇଥିଲା । ସୂଚନଯୋଗ୍ୟ ଯେ ଦିର୍ଘ ବାର ବର୍ଷ ହେଲା ଉତ୍କଳ ଦିବସ ଅବସରରେ ଏଭଲି କାର୍ଯ୍ୟକ୍ରମ କରି ଆସୁଛନ୍ତି ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭ୍ୟସଭ୍ୟା ମାନେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ସହ କୋଷାଧ୍ୟକ୍ଷ ଜି. ବ୍ରହ୍ମାଜି, ଆର.ଜି.ପି. ରାଓ, ଲାଡ଼ି ଚନ୍ଦ୍ରମୌଳି, ସନ୍ତୋଷ ପଣ୍ଡା, ସନ୍ୟାସି ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ , ବିଜୟ ଚନ୍ଦ୍ର ପାତ୍ର, ରକେଶ ସିନହା, ଶଙ୍କର ପାତ୍ର, ବିଜୟ ତ୍ରିପାଠୀ, ଜୟନ୍ତ ପାଟଜୋସି,ଗୀତାରାଣୀ ମିଶ୍ର , ମହାଶ୍ୱେତା ପାଣିଗ୍ରାହୀ, ଭକ୍ତ ବଲଭ ପଟ୍ଟନାୟକ ଓ ଭାସ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆଡମ୍ବର ସହ ଅନୁଷ୍ଠିତ

masiha

ଶାନ୍ତି ଶକ୍ତି ଭଵନରେ ଜଗଦମ୍ଵା ସରସ୍ଵତୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ     

masiha

୭୪ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!