ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ମହୁମାଛି ଆକ୍ରମଣରେ ଜଣେ ମୃତ,୪ ଆହତ

କଳାହାଣ୍ଡି:ମହୁମାଛି ଆକ୍ରମଣରେ ଜଣେ ମୃତ,୪ ଆହତ

କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି | ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇ ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ଘରେ ଅଛନ୍ତି l

ସୂଚନା ଅନୁଯାୟୀ,ବେତିଆପଡା ଗାଁର ୫ଜଣ ବ୍ୟକ୍ତି ବୁର୍ଜା ମାଝୀ(୪୫),ପୂର୍ଣ୍ଣ ମାଝୀ(୪୬),ଲିପା ମାଝୀ(୩୬)ମୁଗ୍ରୀ ମାଝୀ(୩୮) ଓ ପାଗୁ ମାଝୀ(୩୮)ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ | ଏହି ସମୟରେ ହଠାତ୍ ଏକ ମହୁମାଛି ଦଳ ଆକ୍ରମଣ କରିବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଗତ ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ୫ଜଣ ବୁର୍ଜା ମାଝୀ,ପୂର୍ଣ୍ଣ ମାଝୀ,ଲିପା ମାଝୀ,ମୁଗ୍ରୀ ମାଝୀ ଓ ପାଗୁ ମାଝୀଙ୍କୁ ନିକଟସ୍ଥ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସିବା ପରେ ଶୁକ୍ରବାର ରାତିରେ ହିଁ ବେତିଆପଡା ଗାଁକୁ ଫେରି ଆସିଥିଲେ କିନ୍ତୁ ବୁର୍ଜା ମାଝୀ ଗୁରୁତର ହେବାରୁ ତାଙ୍କୁ ରାତାରାତି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାରେ ନେଇ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସିତ ହେଉଥିବା ସମୟରେ ରାତ୍ର ୩ ଘଣ୍ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା।ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମାଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।ଅନ୍ୟପକ୍ଷେ ମୃତକଙ୍କ ପରିବାରରେ ମା ସୁରି ମାଝୀ(୭୦)ସ୍ତ୍ରୀ ଲାଚିଙ୍ଗ ଦେଇ ମାଝୀ(୩୮)ପୁଅ ବିକ୍ରମ ମାଝୀ(୧୮)ଝିଅ ଭୂମିକା ମାଝୀ (୪ବର୍ଷ)ରହୋଇଥିବା ବେଳେ ଅତି ଗରିବ ହୋଇଥିବାରୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଥା ଦେଇ କଥା ରଖିଲେ ମାନ୍ୟବର ଧର୍ମଗଡ଼ ବିଧାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁରୀ 

masiha

ଚନ୍ଦାହାଣ୍ଡି ପ୍ରେସ୍ କ୍ଲବର ବନ୍ଧୁମିଳନ

Sunil Chandra Nayak

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

masiha

Leave a Comment

error: Content is protected !!