ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳ ଘୋଷଣା

ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳ ଘୋଷଣା

ନବରଙ୍ଗପୁର:(୨୩|୯)(ରବି ନାରାୟଣ ମହାନ୍ତି) ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ଆସନ୍ତା ୨୫ ତାରିଖରୁ ସୁନ୍ଦରଗଡ ଠାରେ ଆରମ୍ଭ ହେବାକୁ ଥିବା ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ଅଠର ଜଣିଆ ଦଳକୁ ଜିଲ୍ଲା ଘୋଷଣା କରିଛନ୍ତି । ସେମାନେ ହେଲେ ଲାଲୁ ହରିଜନ ,ପ୍ରେମ ପିୟୁଷ ବେଗ ,ରବୀନ୍ଦ୍ର ବିଶୋଈ, ସେକ ଜଲାଲଉଦିନ , ନ୍ୟୁଟନ ଭତରା, ନାଥାନ ମାଡାଙ୍ଗୀ , ପ୍ରଶାନ୍ତ ସାନ୍ତା, ସତ୍ୟବାନ ପୂଜାରୀ , ଅତୁଲ୍ୟ ସୁନା , ଚିନ୍ଟୁ ନାଗ, ଜସେନ ବେନୟା , ଜଗବନ୍ଧୁ ସାନ୍ତା, ବିରେନ୍ଦ୍ର କରକରା ,ମହୋନ ଗୁଣ୍ଠା, ମିଥୁନ ସାନ୍ତା ,ରୋହିତ ଗାଦବା , ତାଜ ବାଘ , ପିନ୍ଟୁ ସାନ୍ତା, ସୂଚନା ଯୋଗ୍ୟ ଯେ ଚୟନ ପ୍ରକ୍ରିୟା ରେ ଭାଗ ନେବା ନିମନ୍ତେ ଜିଲ୍ଲାର କୋଣ ଅନୁକୋଣ ରୁ ପ୍ରାୟ ୯୦ ଜଣ ଖେଳାଳୀ ଭାଗ ନେଇଥିଲେ। ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ପ୍ରଶାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ଚୟନ ପ୍ରକ୍ରିୟା କରାଯାଇଛି ।ଏହି ପ୍ରକ୍ରିୟାରେ ଅନ୍ୟତମ ଚୟନକର୍ତ୍ତା ଭାବରେ ବରିଷ୍ଠ ପ୍ରାକ୍ତନ ଫୁଟବଲ ଖେଳାଳୀ ଫିରୋଜ ହିଆଲ ଏବଂ ଦୂର୍ଯ୍ୟ ହରିଜନ ନିଜ ଦାୟିତ୍ଵ ତୁଲାଇଥିଲେ। ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲାକ୍ରୀଷ୍ଣା ରାଓ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, ସଂଘର ବରିଷ୍ଠ ସଭ୍ୟ ଲାଲମୋହନ ଖାନ, ଶଶାଙ୍କ ଶେଖର ବେହେରା ପ୍ରମୁଖ ଶୁବେଛା ଜଣାଇଛନ୍ତି । ଦଳ ସହ କୋଚ ଭାବରେ ଦୁର୍ଜ୍ୟ ହରିଜନ ଏବଂ ମ୍ୟାନେଜର ଭାବେ ବି॰ୟୋଗେଶ କୁମାର ଦଳ ସହ ସୁନ୍ଦରଗଡ ଯିବେ ବୋଲି ଜିଲ୍ଲା କ୍ରିଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତେରେସିଂହା କପ୍ ଫୁଟବଲ୍: ଫାଇନାଲରେ ଡଙ୍ଗାପଟା

masiha

2022 LPL ର ଉଦଯାପନୀ ଦିବସ 

Sunil Chandra Nayak

ଜ଼ିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!