ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଋଷି ଅଷ୍ଟ ବକ୍ର ଜୟନ୍ତୀ ପାଳନ

ଋଷି ଅଷ୍ଟ ବକ୍ର ଜୟନ୍ତୀ ପାଳନ 

ନବରଙ୍ଗପୁର:(୨୩|୯)(ରବିନାରାୟଣମହାନ୍ତି)ନବରଙ୍ଗପୁର ସହର ମଧ୍ୟରେ ଥିବା ସ୍ଵତନ୍ତ୍ର ବିଦ୍ୟାଳୟ ଆଶା କିରଣ ଠାରେ ଋଷି ଅଷ୍ଟ ବକ୍ର ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇ ଯାଇଛି। ସକ୍ଷମ ସଂଗଠନ ର ଆବାହକ ସୁଜିତ୍ ରଥ ଙ୍କ ଆହ୍ଵାନ କ୍ରମେ ନବରଙ୍ଗପୁର ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝି ଯୋଗଦାନ ପୂର୍ବକ ଋଷି ଅଷ୍ଟ ବକ୍ର ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ଆଜି ଯେମିତି ଜଗତ ପୂଜ୍ୟ ହୋଇ ପାରିଲେ ଠିକ୍ ସେମିତି ଶାରୀରିକ ଅକ୍ଷମ ସ୍ଵତେ ପିଲା ମାନେ ନିଜ ଜ୍ଞାନ ବଳରେ ଶ୍ରେଷ୍ଟ ହେବା ଦରକାର ବୋଲି କହିଥିଲେ। ବିଧାୟକ ଅନୁଷ୍ଠାନ ରେ ଥିବା ପ୍ରବାଦ ପୁରୁଷ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ବକ୍ତା ଭାବରେ ଶିଶୁ ମନ୍ଦିର ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ହୁର୍ଶିକେଶ ଦାସ ଯୋଗ ଦେଇ ଅଷ୍ଟ ବକ୍ର ଙ୍କ ଜୀବନ ଏବଂ ସମାଜ ପାଇଁ ଥିବା ଅବଦାନ ଉପରେ ଅଲୋକପାତ କରିଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ନଗର ସଂଘ ଚାଳକ ରାଜେନ୍ଦ୍ର ବିଷୋୟୀ ଉପସ୍ଥିତ ରହି ଅଷ୍ଟ ବକ୍ର ଙ୍କ ପଥ ଅନୁସରଣ କରି ଜୀବନରେ ଆଗକୁ ଯିବାକୁ ହେବ ବୋଲି କହିଥିଲେ। ସାନ୍ତୁନ ପାତ୍ର ଭାଇ ସ୍ବାଗତ ଜଣାଇଥିଲେ ଏବଂ ଅତିଥି ପରିଚୟ ରଖିଥିଲେ।ଆଶା କିରଣ ଦ୍ଵାରା ମାନ୍ୟବର ବିଧାୟକ ସହିତ ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା ସହିତ ଉପଢୋକାନ ଦେଇ ସ୍ବାଗତ କରା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁଶିଲ ଜୈନ , ଅନନ୍ତ ପଣ୍ଡା ରଶ୍ମିତା ପ୍ରଧାନ ,ରୀଙ୍କୁରାଜ୍ ବେହେରା ,ଇନ୍ଦ୍ରମଣି ମଙ୍ଗରାଜ,ସନ୍ଧ୍ୟାରଣି ବେହେରା,ଶାନ୍ତି ପଣ୍ଡା ,ପାର୍ବତୀ ଜାନି ,ଈଶ୍ୱର ବଞ୍ଜରା, ରଶ୍ମିତ ଧାନଫୁଲ ,ଜୟଦେବ ଗଣ୍ଡ,,ନିହାର ହରିଜନ,ଯୁଧିଷ୍ଟିର ନାୟକ,ଫୁଲମନ ଭତ୍ରା,ସୁଶାନ୍ତ ନାୟକ , ରଞ୍ଜନ, ପୁସ୍ତମ୍ ନାୟକ ,ସହିତ ଆଶା କିରଣ ର ସମସ୍ତ କର୍ମଚାରୀ ସହିତ ସମସ୍ତ ଛାତ୍ର ଉପସ୍ଥିତ ଥିଲେ। ଆଶା କିରଣ ଅଧକ୍ଷ ଜଗନ୍ନାଥ ବେହେରା ଶେଷରେ କୃତଜ୍ଞତା ପୂର୍ବକ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଆସିକାରେ ଅନ୍ତଃଜିଲ୍ଲା ‘ବିକ୍ଷିପ୍ତା’ ସାହିତ୍ୟ ସମ୍ମିଳନୀ; ୧୫୦ରୁ ଅଧିକ କବିଙ୍କ ସ୍ୱରଚିତ କବିତା ପାଠ

Sunil Chandra Nayak

ଦୁଇ ନାବାଳିକା ସମେତ ଚାରି ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲେ ସାମାଜିକ କର୍ମୀ

Sunil Chandra Nayak

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ , ପୁରସ୍କୃତ ଓ ସମ୍ମାନୀତ 

masiha

Leave a Comment

error: Content is protected !!