ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ କେବଳ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଓଡିଶା ପାଇଁ ଗର୍ବ ଓ ଗୌରବ ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା

ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହ

ପ୍ରଫେସର ଜଗନ୍ନାଥ ପଟ୍ଟନାୟକ କେବଳ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଓଡିଶା ପାଇଁ ଗର୍ବ ଓ ଗୌରବ

ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,23.୦୯. ( ମସିହା)ଓଡ଼ିଶା ଇତିହାସ ଜଗତର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସନ୍ଧ୍ୟା ଉପଲକ୍ଷେ ଆଜି ଭୁବନେଶ୍ବରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଥିଲେ ଜଣେ ଐତିହାସିକ ଓ ବିରଳ ବ୍ୟକ୍ତିତ୍ବ। ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା । ସେ କେବଳ ଭଦ୍ରକ ଜିଲ୍ଲାର ନୁହେଁ, ସାରା ଓଡିଶାର ଗର୍ବ ଓ ଗୌରବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ ଯେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ, ଉଚ୍ଚମାନର ଗବେଷକ, ସମାଜସେବୀ ଓ ବହୁ ଇତିହାସ ପୁସ୍ତକର ରଚୟିତା ସହିତ ସର୍ବୋପରି ଜଣେ ଭଲ ମଣିଷ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ବୋଧଗମ୍ୟ ଇତିହାସ ରଚନା ଥିଲା ତାଙ୍କର ବିଶେଷତ୍ବ। ତାଙ୍କର ଅନନ୍ୟ ସୃଷ୍ଟି ଥିଲା ‘ରକ୍ତତୀର୍ଥ ଇରମ’। ସେ କେବଳ ଓଡିଶା ଇତିହାସ, ସଂସ୍କୃତି ତଥା ଜନଜାତି ବିଷୟରେ ଲେଖି ନାହାନ୍ତି, ପୃଥିବୀ ଇତିହାସ, ଭାରତ ଇତିହାସ, ଇଂଲଣ୍ଡ ଇତିହାସ ବିଷୟରେ ମଧ୍ୟ ଉଚ୍ଚମାନର ପୁସ୍ତକ ରଚନା କରିଛନ୍ତି । ସେ ଲେଖିଥିବା ପୁସ୍ତକ ଭାରତ ଓ ଭାରତ ବାହାରେ ମଧ୍ୟ ବେଶ୍‌ ଲୋକପ୍ରିୟ।

ଏହି ଅବସରରେ ସ୍ବର୍ଗତ ଜଗନ୍ନାଥ ପଟ୍ଟନାୟକଙ୍କ ସୁପୁତ୍ର ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ‘ଓଡିଶାର ସ୍ବାଧୀନତା ସଂଗ୍ରାମୀ’ ପୁସ୍ତକକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅତିଥିମାନେ ଉନ୍ମୋଚନ କରିଥିଲେ । 

ଏହି ପୁସ୍ତକ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଏହି ପୁସ୍ତକ ମାଧ୍ୟମରେ ଓଡିଶା ସ୍ବାଧୀନତା ସଂଗ୍ରାମର ବହୁ ଅନାଲୋଚିତ ଅଧ୍ୟାୟକୁ ସୁନ୍ଦର ଓ ସରଳ ଭାବରେ ପ୍ରତିଫଳିତ କରିଛନ୍ତି। ଜନଜାତି ସଂପ୍ରଦାୟର ସଂଗ୍ରାମୀ ମାନଙ୍କ ଜୀବନ ଗାଥାକୁ ନିଖୁଣ ଭାବରେ ଚିତ୍ରିତ କରିଛନ୍ତି । ଏହି ସଂଗ୍ରାମୀମାନେ ହେଉଛନ୍ତି, ଓଡିଆ ଅସ୍ମିତାର ପ୍ରତୀକ। ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଏହି ପୁସ୍ତକ ମାଧ୍ୟମରେ ଓଡିଆ ଅସ୍ମିତାକୁ ମଧ୍ୟ ସମ୍ମାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ‘ଓଡିଶାର ସ୍ବାଧୀନତା ସଂଗ୍ରାମୀ’ ପୁସ୍ତକରେ ଇତିହାସର ଆଢୁଆଳରେ ରହିଯାଇଥିବା ୫୩ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ସ୍ଥାନୀତ କରାଯାଇଛି । ଏ ଜାତି ସେମାନଙ୍କ ପ୍ରତି କୃତଜ୍ଞ ବୋଲି ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ତାଙ୍କ ପୁସ୍ତକ ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ।

ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଥିଲେ ଯେ ଓଡିଶାର ସ୍ବାଧୀନତା ସଂଗ୍ରାମ ଇତିହାସର ଜନକ ହେଉଛନ୍ତି ପ୍ରଫେସର ଜଗନ୍ନାଥ ପଟ୍ଟନାୟକ । ସେ କେବଳ ଇତିହାସର ଅଧ୍ୟାପକ ନୁହନ୍ତି, ଭାରତବର୍ଷର ଗୁରୁଶିଷ୍ୟ ପରମ୍ପରାର ଆଚାର୍ଯ୍ୟ।

 ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁରର ବିଧାୟକ ଶ୍ରୀ ଅଶୋକ କୁମାର ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଡ. ରବି ନାରାୟଣ ସେନାପତି ପ୍ରମୁଖ ସ୍ବର୍ଗତ ଜଗନ୍ନାଥ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ

ଅକ୍ଷୟ କୁମାର ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

masiha

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

masiha

ସଦଭାବନା ସମାବେଶ ଅବସରରେ ନେତାଜୀ ସେବା ସଂଘଠନ ପକ୍ଷରୁ କମ୍ବଳ ବଣ୍ଟନ 

masiha

Leave a Comment

error: Content is protected !!