ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହୁଡା ଯାତ୍ରାରେ ଭକ୍ତଙ୍କୁ ଖେଚୁଡ଼ି ଭୋଗ ବଣ୍ଟନ

ବାହୁଡା ଯାତ୍ରାରେ ଭକ୍ତଙ୍କୁ ଖେଚୁଡ଼ି ଭୋଗ ବଣ୍ଟନ

ବ୍ରହ୍ମପୁର; ୨୪/୦୭: ପବିତ୍ର ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଉପଲକ୍ଷେ ଭକ୍ତି, ସେବା ଓ ମାନବିକତାର ଏକ ନିଆରା ଦୃଷ୍ଟାନ୍ତ ଗୋଷାଣୀନୂଆଗାଁରେ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଭଣଜା ତଥା ସମାଜସେବୀ ରବିନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ, ଶିରିଡ଼ି ସାଇବାବାଙ୍କ କୃପା ଓ ପ୍ରେରଣାରେ ଗୋଷାଣୀନୂଆଗାଁ ମୁଖ୍ୟ ରାସ୍ତାରେ ଭକ୍ତ ଓ ସାଧାରଣ ଜନସାଧାରଣଙ୍କ ପାଇଁ ନିଶୁଳ୍କ ଖେଚୁଡ଼ି ଓ ତରକାରୀ ଭୋଗ ବଣ୍ଟନ କରାଯାଇଥିଲା।

             ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଆଶୀର୍ବାଦ କାମନା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ କଲ୍ୟାଣ ନିମନ୍ତେ ଆୟୋଜିତ ଏହି ସେବାମୂଳକ କାର୍ଯ୍ୟକ୍ରମରେ ବାହୁଡା ଯାତ୍ରା ଦର୍ଶନ ପାଇଁ ଆସିଥିବା ବହୁ ସଂଖ୍ୟକ ଭକ୍ତ, ପଥଚାରୀ ଓ ସ୍ଥାନୀୟ ବାସିନ୍ଦା ପ୍ରସାଦ ଗ୍ରହଣ କରି ଭକ୍ତ ଓ ଶ୍ରଦ୍ଦାଳୁ ଆନନ୍ଦର ସହ ପ୍ରସାଦ ସେବନ କରିବାର ଦୃଶ୍ଯ ବଡ ମନୋରମ ଥିଲା।

             ଏହି ଅବସରରେ ରବିନ୍ଦ୍ର କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶିରିଡ଼ି ସାଇବାବାଙ୍କ ଅସୀମ କୃପାରୁ ପ୍ରେରିତ ହୋଇ ସମାଜର ସେବା କରିବା ହିଁ ତାଙ୍କର ପ୍ରମୁଖ ଲକ୍ଷ୍ୟ। ଭବିଷ୍ୟତରେ ମଧ୍ୟ ଏଭଳି ଧାର୍ମିକ ଓ ସମାଜସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ସେବା ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।

            କାର୍ଯ୍ୟକ୍ରମରେ ସମାଜସେବୀ ରବି ପଣ୍ଡା, ପଶୁପ୍ରେମୀ ସାଇ ଶଙ୍କର ସାହୁଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ନିଷ୍ଠାର ସହ ଉପସ୍ଥିତ ରହି ପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ। ସେମାନଙ୍କ ସମନ୍ୱିତ ପ୍ରୟାସରେ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହି ମହତ୍ ସେବା ପାଇଁ ଆୟୋଜକ ଓ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

Related posts

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଟ୍ରିକ ପାସ ହାର 98 ପ୍ରତିଶତ :ଅଭିନବ କୁମାର 93.33 ରଖି ବ୍ଲକ ଟପ୍ପର 

କୋଷାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!