ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ସ୍ତରୀୟ ଖେଳକୁଦ ଚୟନ ପ୍ରତିଯୋଗୀତା ଆୟୋଜନ 

ବନ୍ଧୁଗାଁ ବ୍ଲକ ସ୍ତରୀୟ ଖେଳକୁଦ ଚୟନ ପ୍ରତିଯୋଗୀତା ଆୟୋଜନ 

ବନ୍ଧୁଗାଁ ତା ୨୩/୯/୨୪ ଆଜି ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିନି ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ଖେଳକୁଦ ଚୟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଟିଏ ଶ୍ରୀ ଦିବ୍ୟ ରଞ୍ଜନ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀମତୀ ରଶ୍ମିତା ସେଠି, ବ୍ଲକ ବିଜେଡି ସଭାପତି ବାଲା ନାଗ, ପୁର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ସିଆରସିସି ସଞ୍ଜୟ ସିଂ , ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧୁରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ଵାଗତ କରଯାଇଥିଲା। ଖେଳ ଆରମ୍ଭ ପୂର୍ବରୁ ରାଜ୍ୟସ୍ତରୀୟ ଫୁଟବଲ ଖେଳ ଖେଳିବା ବାକୁ ମୋନାନିତ ଖେଳାଳି ପ୍ରତୀକ ଭତ୍ରା, କବାଡି ଖେଳ ଖେଳିବା ପାଇଁ ସମୀର ହୁଲୁକା ଓ ନିମାନ୍ତି ହିମିରିକା, ଖୋ ଖୋ ଖେଳ ଖେଳିବା ପାଇଁ ଚନ୍ଦ୍ରିକା ବିଡ଼ିକା ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ବୋଧିତ କରାଯାଇ ଥିଲା। ବ୍ଲକର ୧୫ ଗୋଟି ସ୍କୁଲରୁ ୧୫୦ ଜଣ ଛାତ୍ରଛାତ୍ରୀ ଦୌଡ କୁଦ୍, ସଟପୁଟ, ଡିସ୍କସ, ହାଇ ଜମ୍ପ ଓ ଲଙ୍ଗ ଜମ୍ପ ଖେଳରେ ଭାଗ ନେଇ ଥିଲେ। ଉକ୍ତ ଖେଳ ଗୁଡିକୁ ବ୍ଲକର ବିଭିନ୍ନ ସ୍କୁଲର ଖେଳ ଶିକ୍ଷକ ପ୍ରତିମା ବହିଦର, ଗଜେନ୍ଦ୍ର କୁମାର ସ୍ବାଇଁ , ନାଗଭୂଷଣ ମିଣିଆକା, ଲମ୍ବଧର ମଣ୍ଡିଆ, ଓ ରମେଶ ଚୌଧୁରୀ, ଉପସ୍ଥିତ ରହି ଖେଳାଳି ଙ୍କୁ ଚୟନ କରିଥିଲେ। ଶେଷରେ ପ୍ରତି ଖେଳରେ ପ୍ରଥମ ଦୂତୀୟ ଓ ତୃତୀୟ ହୋଇଥିବା ଖେଳାଳି ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ସହିତ ମାନପତ୍ର ବଣ୍ଟନ କରଯାଇଥିଲା।

 ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଆମ ପୁଲିସ ର ବୈଠକ 

Sunil Chandra Nayak

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ, ସମାନ ନାଗରିକ ସଂହିତା କୁ ବିରୋଧ

Rayagada Pioneers Doorstep Governance  PVTGs to Receive Pensions at Doorsteps Under PM Janman

Sunil Chandra Nayak

Leave a Comment

error: Content is protected !!