ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

NSS ଦିବସ ୨୦୨୪ ପାଳନ

NSS ଦିବସ ୨୦୨୪ ପାଳନ

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର NSS ୟୁନିଟ୍ ତରଫରୁ ୨୪.୦୯.୨୪ ତାରିଖରେ ମଙ୍ଗଳବାର ସକାଳ ୧୧ ଟା ସମୟରେ NSS ଦିବସ ୨୦୨୪ ପାଳନ କରାଯାଇଥିଲା | ଏହି ସଭାଟି ଦ୍ବୀପ ପ୍ରଜ୍ବଳନ ଓ ଶ୍ଲୋକ ଆବୃତ୍ତିରୁ ଆରମ୍ଭ ହୋଇଥିଲା l

ଏହି ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ବବିଲତା ସରାଫ ଅଧ୍ୟକ୍ଷତା କରିଥିଲେ l ଏହାକୁ NSS ର ପୁରୁଷ ବର୍ଗର କାର୍ଯ୍ୟକ୍ରମ ଅଧିକାରୀ ତଥା ତେଲେଗୁ ଆଧ୍ୟାପକ ଏ.ଭି.ବି ଗୁପ୍ତା ଏବଂ ମହିଳା ବର୍ଗର କାର୍ଯ୍ୟବାହୀ ଅଧିକାରୀ ତଥା ବାଣିଜ୍ୟ ଆଧ୍ୟାପିକା ମୋନାଲିସା ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡ. ଲକ୍ଷ୍ମୀ ନାରାୟଣ ସାହୁ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିଗଣ “ସ୍ଵଭାବ ସ୍ୱଚ୍ଛତା ଓ ସଂସ୍କାର ସ୍ଵଚ୍ଛତା” ଉପରେ ଆଲୋଚନା କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ସେମାନେ ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଟାଇଫଏଡ ଉପରେ ବିଶେଷ ଗୁରୁତ୍ୱ ଦେଇ ନିଜ ତଥା ସମାଜର ପରିଚ୍ଛନତା ସମ୍ଵନ୍ଧରେ ଆଲୋକପାତ କରିଥିଲେ। ସେମାନେ ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟହାନିର ସମ୍ୟକ ଧାରଣା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଏ.ବି.ବି ଗୁପ୍ତାଙ୍କ ଧନ୍ୟବାଦ ଅର୍ପଣ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗ୍ରାମୀଣ ନାଟ୍ୟ ଦିବସ ଲୋକ କଳାକାର ମାନଙ୍କ ପ୍ରେରଣା ପ୍ରଦାୟୀ ହେବ : ରାଜେନ୍ଦ୍ର ପତି 

Sunil Chandra Nayak

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

ଆଦର୍ଶ ପାଠାଗାରର ମାସିକ କାର୍ଯ୍ୟକାରିଣୀ ବୈଠକ

Leave a Comment

error: Content is protected !!