ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା ଦିବସ ପାଳିତ

ଜାତୀୟ ସେବା ଯୋଜନା ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଯାଇଛି l ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ରବି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷl ଲିପ୍ସାମୟୀ ଦୁବେ ମୁଖ୍ୟ ଅତିଥି, ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ ଓ ଇତିହାସ ଅଧ୍ୟାପକ କୌସ୍ତୁକ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ଜିଲ୍ଲା ଅଧିକାରୀ ପ୍ରିୟବ୍ରତ ବାଣୁଆ, ପ୍ରତାପ ଚନ୍ଦ୍ର ଦାସ, ମୋହନ ପୁଟେଲ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତଦାରଖ କରି ଦେଖିଥିଲେ l ବିଭିନ୍ନ କାର୍ଯ୍ୟରେ ମହାବିଦ୍ୟାଳୟର ଭୂପିନ୍ଦ୍ର ରଣା, ବସନ୍ତ କୁମାର ସାହୁ, ଚମ୍ପୁଲାଲ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ l ସେହିପରି ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ

masiha

ଏକ୍ସଆରଏଫ ପ୍ରଶିକ୍ଷଣରୁ ଦ୍ୱତୀୟବାରରେ ବାଦ ଡ଼ିଡ଼ିସିଏ ସୋରେନ-ଜଣିଏ ଯୋଗ୍ୟ ଡ଼ିଡ଼ିସିଏ ରାଉଳ

masiha

Leave a Comment

error: Content is protected !!