ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଗୋଲାମୁଣ୍ଡା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଗୋଲାମୁଣ୍ଡା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଠାରେ ମିଶନ ଶକ୍ତି ମହିଳା ଏମବିକେ ଓ ସିଆରପି ଓ ବ୍ୟାଙ୍କ ମିତ୍ର ମାନଙ୍କ ଦ୍ୱାରା ବିଭିନ୍ନ ଦାବୀ ନେଇ ବୁଧବାର ସକାଳ ୧୦ ଟା ରେ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଠାରୁ ବିଭିନ୍ନ ନାରାବାଜି ସହ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଆସି ଗୋଲାମୁଣ୍ଡା ବିଡ଼ିଓ ଙ୍କ ଅନୁପସ୍ଥିତି ରେ କିରାଣୀ ମନୋଜ କୁମାର ଠାକୁର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡିକ ମଧ୍ୟରେ ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ମାନଙ୍କୁ ସ୍ଥାୟୀ ନିଯୁକ୍ତି,ସିଧାସଳଖ ଭାବରେ ଜିଲ୍ଲା କାର୍ଯ୍ୟାଳୟ ରୁ ବ୍ୟାଙ୍କ ଖାତା ରେ ଦରମା ପ୍ରଦାନ,ସ୍ୱାସ୍ଥ୍ୟ ବୀମା,ଡିଜିଟାଲ ଆଇଡି କାର୍ଡ ପ୍ରଦାନ,ସିଆରପିଙ୍କୁ ଲେପଟପ ପ୍ରଦାନ,ପ୍ରତ୍ୟେକ ସିଏଲଏଫ ମାନଙ୍କ ପାଇଁ ସଭାଗୃହ ନିର୍ମାଣ,ବୋରଗୁଡା ଗ୍ରାମ ପଞ୍ଚାୟତ ର ମିଶନଶକ୍ତି ମହିଳା ମାନଙ୍କ ୧ ବର୍ଷ ର ବକେୟା ଦରମା ପ୍ରଦାନ,ଏବଂ ଏମବିକେ, ସିଆରପି ବ୍ୟାଙ୍କ ମିତ୍ର ମାନଙ୍କ ବର୍ଦ୍ଧିତ ଦରମା ପ୍ରଦାନ ଭଳି ବିଭିନ୍ନ ଦାବୀ ନେଇ ବିଡ଼ିଓ ଙ୍କ ଅନୁପସ୍ଥିତି ରେ କିରାଣୀ ମନୋଜ କୁମାର ଠାକୁର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ବକେୟା ଦରମା ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ବଳରାମ ଯୋଜନାରେ ଚାଷିଙ୍କୁ ଋଣ ଵଣ୍ଟନ ମେଳା

ଅନୁଶାସନ ର  ଅଭାବ ଯୋଗୁଁ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗଳ , ଜଣେ ଗୁରୁତର

masiha

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!