ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଗୋଲାମୁଣ୍ଡା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଗୋଲାମୁଣ୍ଡା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଠାରେ ମିଶନ ଶକ୍ତି ମହିଳା ଏମବିକେ ଓ ସିଆରପି ଓ ବ୍ୟାଙ୍କ ମିତ୍ର ମାନଙ୍କ ଦ୍ୱାରା ବିଭିନ୍ନ ଦାବୀ ନେଇ ବୁଧବାର ସକାଳ ୧୦ ଟା ରେ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଠାରୁ ବିଭିନ୍ନ ନାରାବାଜି ସହ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଆସି ଗୋଲାମୁଣ୍ଡା ବିଡ଼ିଓ ଙ୍କ ଅନୁପସ୍ଥିତି ରେ କିରାଣୀ ମନୋଜ କୁମାର ଠାକୁର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡିକ ମଧ୍ୟରେ ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ମାନଙ୍କୁ ସ୍ଥାୟୀ ନିଯୁକ୍ତି,ସିଧାସଳଖ ଭାବରେ ଜିଲ୍ଲା କାର୍ଯ୍ୟାଳୟ ରୁ ବ୍ୟାଙ୍କ ଖାତା ରେ ଦରମା ପ୍ରଦାନ,ସ୍ୱାସ୍ଥ୍ୟ ବୀମା,ଡିଜିଟାଲ ଆଇଡି କାର୍ଡ ପ୍ରଦାନ,ସିଆରପିଙ୍କୁ ଲେପଟପ ପ୍ରଦାନ,ପ୍ରତ୍ୟେକ ସିଏଲଏଫ ମାନଙ୍କ ପାଇଁ ସଭାଗୃହ ନିର୍ମାଣ,ବୋରଗୁଡା ଗ୍ରାମ ପଞ୍ଚାୟତ ର ମିଶନଶକ୍ତି ମହିଳା ମାନଙ୍କ ୧ ବର୍ଷ ର ବକେୟା ଦରମା ପ୍ରଦାନ,ଏବଂ ଏମବିକେ, ସିଆରପି ବ୍ୟାଙ୍କ ମିତ୍ର ମାନଙ୍କ ବର୍ଦ୍ଧିତ ଦରମା ପ୍ରଦାନ ଭଳି ବିଭିନ୍ନ ଦାବୀ ନେଇ ବିଡ଼ିଓ ଙ୍କ ଅନୁପସ୍ଥିତି ରେ କିରାଣୀ ମନୋଜ କୁମାର ଠାକୁର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ବକେୟା ଦରମା ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଯୁବ ଓଡିଶା ନବୀନ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

masiha

କୋକସରା ବ୍ଲକରେ ଭାରତ ବନ୍ଦର ପ୍ରଭାବ, ଅଖଚକ ବନ୍ଦ, ଜନ ଜୀବନ ପ୍ରଭାବିତ

masiha

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

Sunil Chandra Nayak

Leave a Comment

error: Content is protected !!