ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃନ୍ଦାବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉଦ୍ଘାଟିତ

ଗୋଳାମୁଣ୍ଡା/୧୭/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲର କମ୍ୟୁନିଟି ଗୃହରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା, ଧର୍ମଗଡ଼ ମଣ୍ଡଳ ସମବାୟ ସମିତି ନିବନ୍ଧକ ଶ୍ରୀଯୁକ୍ତ ମିତ୍ରଭାନୁ ବିଶ୍ୱାଳ, ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ,ବୃନ୍ଦାବାହାଲ ସରପଞ୍ଚ ଇଂ ଦିନେଶ କୁମାର ରାଉତ,ଗଣ୍ଡାମେର ସରପଞ୍ଚ ଶ୍ରୀମତୀ ହେମଲତା ନାଏକ,ଗଣ୍ଡାମେର ସମିତି ସଭ୍ୟ ଦୈତାରି ରାଉତ ପ୍ରମୁଖ ଯୋଗ ଦେଇଥିଲେ । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପୂଜାର୍ଚ୍ଚନା କରି କର କମଲରେ ଶୁଭ ଉଦ୍ଘାଟନ କରିଥିଲେ । ପୂର୍ବରେ ଦୁଇ ପଞ୍ଚାୟତ ଗୋଳାମୁଣ୍ଡା ପେକ୍ସରେ ଅନ୍ତର୍ଭୁକ୍ତ ଥିଲା । ଯାହାଫଳରେ ଦୀର୍ଘ ୯ କିମି ଦୂରତା ଅତିକ୍ରମ ଚାଷୀମାନେ ନିଜର କାମ କରିବାକୁ ଯାଇ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ । ବର୍ତ୍ତମାନ ନୂତନ ପେକ୍ସ ହେଇଥିବାରୁ ବୃନ୍ଦାବାହାଲ ପଞ୍ଚାୟତ ଓ ଗଣ୍ଡାମେର ପଞ୍ଚାୟତ ବାସୀ ଉପକୃତ ହୋଇପାରିବେ ବୋଲି ଇଂ ଦିନେଶ କୁମାର ରାଉତ ପ୍ରକାଶ କରିଥିଲେ । ଉଦ୍ଘାଟନ ପରେ ପାଖରେ ଥିବା ଏକ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ । ନୂତନ ପ୍ରଥାମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଉଦ୍ଘାଟନ ହୋଇଥିବାରୁ ସ୍ଥାନୀୟ ଲୋକେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ବହୁ ପ୍ରଶଂସା କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି ବ୍ୟାଙ୍କର ଉପର ମହଲା କୋଠା ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ

masiha

ଦଶମାଇଲି ବଜାର ଜବର ଦଖଲ ଯୋଗୁଁ ବଢୁଛି ଦୁର୍ଘଟଣା

masiha

ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ମାଟିର ଦୁଇ ସଫଳ ସନ୍ତାନ। ପ୍ରତୀକ୍ଷା ପ୍ରଧାନ ଓ ସିଦ୍ଧାନ୍ତ ବେଶ୍ରା

Leave a Comment

error: Content is protected !!