ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ସ୍ଵଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଦୁଇଟି ପୁରଷ୍କାର ରେ ସମ୍ମାନିତ

ନୂଆପଡା ଜିଲ୍ଲା ସ୍ଵଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଦୁଇଟି ପୁରଷ୍କାର ରେ ସମ୍ମାନିତ 

ନୂଆପଡା, ସ୍ଵଛ ଭାରତ ମିଶନ କାର୍ଯ୍ୟକ୍ରମରେ ସାମଗ୍ରିକ ଭାବରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବାରୁ ନୂଆପଡା ଜିଲ୍ଲାକୁ ଗୁରୁବାର ଦୁଇଟି ସମ୍ମାନ ମିଳିଛି l

 ଗୁରୁବାର କେନ୍ଦ୍ର ସରକାରଙ୍କ ଜଳଶକ୍ତି ବିଭାଗ ମନ୍ତ୍ରୀ ସି ଆର ପାଟିଲ, ଏବଂ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ଜିଲ୍ଳା ସତ୍ୟବାଦୀ ବ୍ଲକ ବିରରାମଚନ୍ଦ୍ରପୁର ଗ୍ରାମ ପଂଚାୟତରେ ଅନୁଷ୍ଠିତ ଏକ ବିଶେଷ ସମାରୋହରେ ଅତିଥି ଭାବରେ ଯୋଗଦେଇଥିଲେ l ଏହି ଅବସରରେ ଏହି ସମ୍ମାନଜନକ ପୁରଷ୍କାର ଅତିଥି ମାନଙ୍କ ଠାରୁ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଗ୍ରହଣ କରିଛନ୍ତି l ସେହିପରି ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ବିଭାଗରେ ଉତ୍ତମ ଆଚରଣ ପାଇଁ ଜିଲ୍ଲାର ଭାଲେଶ୍ବର ପଂଚାୟତ ସମ୍ବର୍ଦ୍ଧିତ ହୋଇଛି l ଏଠାକାର ସ୍ୱୟଂ ସହାୟକ ଦଳ ନିଜର ଏକ ଅଭିନବ ବିଚାର ଧାରା ବର୍ତନ ବ୍ୟାଙ୍କ ପାଇଁ ସମ୍ମାନିତ ହୋଇଛନ୍ତି l ଏମାନେ ଗ୍ରାମରେ ଷ୍ଟିଲର ବାସନ ବର୍ତ୍ତନ ରଖି ତାହାକୁ ବିଭିନ୍ନ ବିବାହ ବ୍ରତ ଉତ୍ସବ ଇତ୍ୟାଦିରେ ଭଡା ଦେଉଛନ୍ତି l ଏହାଦ୍ୱାରା ଏବେ ବହୁଳ ଭାବରେ ବ୍ୟବହୃତ ପ୍ଲାଷ୍ଟିକ ଖଲି ଦନା ଗ୍ଲାସ ର ବ୍ୟବହାର କୁ ରୋକା ଯାଇପାରିଛି ଏବଂ ପର୍ଯ୍ୟାବରଣ କୁ ସଫା ସୁତରା ରଖା ଯାଇ ପାରିଛି l ଏଥି ପାଇଁ ସ୍ଥାନୀୟ ସରପଞ୍ଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମ୍ପୃକ୍ତ ସ୍ୱୟଂ ସହାୟକ ଦଳକୁ ପୁରଷ୍କୃତ କରାଯାଇଛି lଜିଲ୍ଲାକୁ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ବିଭାଗରେ ଦୁଇଟି ପୁରଷ୍କାର ମିଳିଥିବାରୁ ଜିଲ୍ଲାରେ ଖୁସି ର ଲହରୀ ଖେଳି ଯାଇଛି l ଜିଲ୍ଲାପାଳ ଏହି ପୁରଷ୍କାରକୁ ଜିଲ୍ଲାବାସୀଙ୍କ ସାମୁହିକ ଉଦ୍ୟମର ଫଳ ବୋଲି କହିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ଗୃହ ପାଇଁ ବିଧାୟକ ଙ୍କ ଦ୍ଵାରା ଭୂମି ପୂଜନ      

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୮ ଦିନରେ ପହଞ୍ଚିଲା ଧାରଣା

masiha

ପାଳଗଦା ପୋଡି ନଷ୍ଟ

Leave a Comment

error: Content is protected !!