ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଝିଅ ଗୁଆଡ଼ି ଛେଳି ଚରାଳିରୁ ସମାଜ ପରିବର୍ତ୍ତନକାରି , ଜିଲ୍ଲା ପ୍ରଶାସନ ଦ୍ୱାରା ହେଲେ ପୁରସ୍କୃତ 

ଆଦିବାସୀ ଝିଅ ଗୁଆଡ଼ି ଛେଳି ଚରାଳିରୁ ସମାଜ ପରିବର୍ତ୍ତନକାରି , ଜିଲ୍ଲା ପ୍ରଶାସନ ଦ୍ୱାରା ହେଲେ ପୁରସ୍କୃତ 

ଜୁନାଗଡ଼,୮/୩(ମନୀସ)ଅନେକ ଘାତ ପ୍ରତିଘାତ ଭିତରେ ବଢ଼ି ଥି ବା ଏହି ସଂଘର୍ଷମୟୀ ମହିଳାଙ୍କୁ ପୁରସ୍କୃତ କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ.। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭବାନୀପାଟଣା ମାଁ ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକର ଗୁଆଡ଼ିଙ୍କୁ ସମ୍ମାନିତ କରାଯାଇଛି ।. ଦୀର୍ଘ ୧୫ ବର୍ଷ ଧରି ସମାଜରେ କୁସଂସ୍କାର ଶିକ୍ଷାର ବିକାଶ,ସ୍ୱାସ୍ଥ୍ୟ ର ଉର୍ନ୍ନତି, ଶିଶୁ ଓ ମହିଳା ମାନଙ୍କ ବିକାଶ ତଥା ଲୋକଙ୍କର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କରିଛନ୍ତି ଅନେକ ପ୍ରୟାସ ଓ ଘାତ ପ୍ରତିଘାତ ଭିତରେ ସାଉଁଟିଛନ୍ତି ଅନେକ ସଫଳତା ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ଗ୍ରାମର ମା ବାପା ଛେଉଣ୍ଡ ମହିଳା ଗୁଆଡ଼ି ଭୋଇ ଆର୍ଥିକ ଅନାଟନ ଯୋଗୁ ଘର ଲୋକ ଚାହୁଁ ନଥିଲେ ସେ ପାଠପଢୁ ବୋଲି ।ସେଥୂ ପାଇଁ ସେ କେବେ ସ୍କୁଲ ବାରଣ୍ଡା ମାଡ଼ି ନଥିଲେ, ଛେଳି ଚରାଇ ଶୈଶବ ବିତୁଥିଲା ଛେଳି ଚରାଳୀ ଭାବରେ. ଅନ୍ଧକୁ ଦଇବ ସାହା ବୋଲି ୨୦୦୦ ମସିହାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ ଗୁଆଡ଼ି ଓ ତାଙ୍କ ପରିବାର ଲୋକଙ୍କୁ ଅନେକ ବୁଝା ସୁଝା ପରେ ସଫଳ ହୋଇଥିଲା. କର୍ତ୍ତବ୍ୟ ଦ୍ୱାରା ପରିଚାଳିତ ଶିଶୁ ଶ୍ରମିକ ବିଦ୍ୟାଳୟରେ ନାମ ଲେଖାଇବାରେ ।ସେହି ଦିନଠାରୁ ଗୁଆଡ଼ି ଆଉ ପଛଘୁଞ୍ଚା ଦେଇ ନାହାନ୍ତି କି ପଛକୁ ଫେରି ନାହାନ୍ତି. ଦଶମ, ଦ୍ୱାଦଶ, ଓ ସ୍ନାତକ ସାରି ସମାଜ ବିକାଶରେ ନିଜକୁ ସମର୍ପିତ କରିଛନ୍ତି.। ବର୍ତ୍ତମାନ କର୍ତ୍ତବ୍ୟ ଅନୁଷ୍ଠାନ ରେ ଜୀବନ ଜୀବିକା Extension worker ଭାବରେ କାର୍ଯ୍ୟରତ.।  ଆଦିବାସୀ ଅଧ୍ୟୁଷିତ ଦେଦର ଓ ଦୁଣ୍ଡେଲମାଳ ଗ୍ରାମ ପଞ୍ଚାୟତ ର ୨୧ଟି ଗ୍ରାମରେ ଚାଷୀ ଓ ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ଉର୍ନତି ପାଇଁ ଅହରହ ଚେଷ୍ଟିତ.।

ବିଗତ ଦିନରୁ ସେ ଗାଁ ର ପିଲାମାନଙ୍କୁ ମାଗଣାରେ ପଠା ପଢ଼ାଉ ଥିଲେ ତାଙ୍କର ଅନେକ ଛାତ୍ର, ଛାତ୍ରୀ ନବୋଦୟ ପାଇବା ସହ ଉଚ୍ଚ ଶିକ୍ଷିତ ହୋଇ ଚାକିରୀ ମଧ୍ୟ କରିଛନ୍ତି।. ଶିଶୁ ମାନଙ୍କ ବିକାଶ ପାଇଁ,ଶିଶୁ ସଙ୍ଘ ଗଠନ କରି ସେମାଙ୍କର ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି. ରାତି ଅଧରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ ମନେ ପଡନ୍ତି ଗୁଆଡ଼ି. । ଏଥି ପାଇଁ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି. ସମସ୍ତଙ୍କ ପାଇଁ ସମାଜରେ ସେ ଏକ ଉଦାହରଣ ପାଲଟିଛନ୍ତି.।ଏହି ଖବର ପ୍ରସାରିତ ହେବା ପରେ ଦେଦର ଓ ଦୁଣ୍ଡେଳମାଳ ଗ୍ରାମ ପଂଚାୟତ ରେ ଖେଳି ଯାଇଛି ଖୁସିର ଲହରୀ.।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ନବୋଦୟ ପରୀକ୍ଷାରେ ଦୁଇଜଣ କୃତକାର୍ଯ୍ୟ ଛାତ୍ର

masiha

Leave a Comment

error: Content is protected !!