ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନ୍ଏସି ପକ୍ଷରୁ ଜନ ଭାଗିଦାରୀ ଅଭିଯାନ “ଧର୍ମଗଡ ୱାକାଥନ୍” କାର୍ଯକ୍ରମ

ଧର୍ମଗଡ ଏନ୍ଏସି ପକ୍ଷରୁ ଜନ ଭାଗିଦାରୀ ଅଭିଯାନ “ଧର୍ମଗଡ ୱାକାଥନ୍” କାର୍ଯକ୍ରମ

“ସ୍ଵଚ୍ଛତା ହିଁ ସେବା” ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ଵଚ୍ଛତା କାର୍ଯକ୍ରମ ୧୭ ସେପ୍ଟେମ୍ବର – ୨ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସହର ସଫେଇ କାର୍ଯ୍ୟକ୍ରମ ଅବସରରେ ଜନ ଭାଗିଦାରୀ ଅଭିଯାନ “ଧର୍ମଗଡ ୱାକାଥନ୍” କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ଧର୍ମଗଡ ସହର ପରିକ୍ରମା କରିଥିଲା।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ବେହେରା ନେତୃତ୍ଵରେ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି, ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ଯୋଗ ଦେଇଥିଲେ ।ପଂଚାୟତ ମହାବିଦ୍ୟାଳୟ ର ଏନ୍ ଏସ ଏସ ଏଵଂ ସ୍କାଉଟ ଟିମ,ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଟିମ ସମେତ ମହିଳା ମହାବିଦ୍ୟାଳୟ, ଆକାଶ କଲେଜ, ସୋମ ପବ୍ଲିକ ସ୍କୁଲ, ସ୍କୋଲାର ମଡେଲ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରାରେ ଭାଗ ନେଇ ଥିଲେ।ପଞ୍ଚାୟତ ମହା ବିଦ୍ୟାଳୟର ଖେଳ ଶିକ୍ଷକ ଅଭୟ କୁମାର ବାଗ,ସରକାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ, ଧର୍ମଗଡ ଏନ୍ଏସି ର ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ, ସିଟି ମିଶନ ମ୍ୟାନେଜର ସୁବାଶିଷ ନାୟକ, ମନୋରଞ୍ଜନ ନାଗ, ରାଜେଶ କୁମାର ସାହୁ, ସାରଦା ପ୍ରସନ ସାହୁ, ଯଶୋବନ୍ତ ମହାପାତ୍ର, ଦୁଷ୍ମନ୍ତ ଧଙ୍ଗଡ଼ାମାଝୀ, କାଉନସିଲର, ସ୍ୱଚ୍ଛସାଥି ସୁପରଭାଇଜର, ସ୍ୱଚ୍ଛ ସାଥି ଏବଂ ସଫେଇ କର୍ମଚାରୀ ପ୍ରମୁଖ ଧର୍ମଗଡ ୱାକାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପରିଶେଷରେ ଧର୍ମଗଡ କଳାହାଣ୍ଡି ଉତ୍ସଵ ପଡ଼ିଆ ଠାରେ ସମସ୍ତେ ସମବେତ ହୋଇ ସମସ୍ତଙ୍କୁ ସ୍ଵଚ୍ଛତା ଶପଥ ପାଠ କରାଯାଇଥିଲା ଓ ସ୍ଵଚ୍ଛତା ହିଁ ସେବା ପରିବେଶ ସ୍ୱଚ୍ଛ ରଖନ୍ତୁ,ନିଜର ସ୍ଵଭାବ ସ୍ୱଚ୍ଛ ରଖନ୍ତୁ, ନିରୋଗ ରୁହନ୍ତୁ ବୋଲି ଧର୍ମଗଡ ଏନ୍ଏସି ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ‘ବାମନଘାଟୀ ବ୍ରାହ୍ମଣ ମହାସଭା’ ଆନୁକୁଲ୍ୟରେ ନିଃଶୁଳ୍କ ଖେଚୁଡ଼ି ଅନ୍ନ ପ୍ରସାଦ ବଣ୍ଟନ ସେବା 

Sunil Chandra Nayak

ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ 

Sunil Chandra Nayak

ରାଇରଙ୍ଗପୁର ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!