ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି.ବି.ହାଇସ୍କୁଲ୍ ରେ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ “ଉପଯୁକ୍ତ ପୋଷଣ,ସୁସ୍ଥ ଜୀବନ” ବିଷୟରେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୪ ଅନୁଷ୍ଠିତ 

ବି.ବି.ହାଇସ୍କୁଲ୍ ରେ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ “ଉପଯୁକ୍ତ ପୋଷଣ,ସୁସ୍ଥ ଜୀବନ” ବିଷୟରେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୪ ଅନୁଷ୍ଠିତ 

ଢେଙ୍କାନାଳ (ମ ସୀ ହା )୨୬/୦୯_ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ପୋଷଣ ମାସ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ “ଉପଯୁକ୍ତ ପୋଷଣ, ସୁସ୍ଥ ଜୀବନ” ବିଷୟବସ୍ତୁ ଉପରେ ପର୍ଯ୍ୟବେଶିତ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୪ ଡିଏସ ଡବ୍ଲ୍ୟୁଓ କାର୍ଯ୍ୟାଳୟ ପକ୍ଷରୁ ଢେଙ୍କାନାଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆବାହକତ୍ୱରେ ଜିଲ୍ଲା ପ୍ରଶାସନ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳଙ୍କ ସଫଳ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ବଳିଷ୍ଠ ନେତୃତ୍ବ ଓ ସଂଯୋଜନାରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା କାର୍ଯ୍ୟକ୍ରମର ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ସ୍ବାଗତ ଭାଷଣ,କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ସୁଦୂରପ୍ର ସାରୀ ଆଭିମୁଖ୍ୟ ପ୍ରଦାନ ଅବସରରେ ସୂପୋଷିତ ଭାରତ, ସାକ୍ଷର ଭାରତ,ସଶକ୍ତ ଭାରତ ପରିକଳ୍ପନା ପାଇଁ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧି କରି ଏଥିପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଦୃଢ଼ ଆହ୍ଵାନ ଜଣାଇବା ସଙ୍ଗେ ସଙ୍ଗେ “ଉପଯୁକ୍ତ ପୋଷଣ, ସୁସ୍ଥ ଜୀବନ” ସମ୍ପର୍କରେ ଜନସଚେତନତାର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଥିଲେ । ଜିଲ୍ଲାର କୋଣ ଅନୁକୋଣରୁ ଅନେକ ଅନୁଷ୍ଠାନର ଛାତ୍ରୀ ଛାତ୍ର, ଶିକ୍ଷୟିତ୍ରୀ,ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ତଥା ସଫଳ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସରକାରଙ୍କ ପ୍ରାଣୀ ଚିକିତ୍ସା ବିଜ୍ଞାନ ବିଭାଗ ଅବସରପ୍ରାପ୍ତ ଯୁଗ୍ମନିର୍ଦ୍ଦେଶକ ଡା.ରବୀନ୍ଦ୍ର କୁମାର ସାହୁ,ପ୍ରାକ୍ତନ ଅବସର ପ୍ରାପ୍ତ ଶିକ୍ଷକ ଶିଳ୍ପୀ ଚତୁର୍ଭୁଜ ପ୍ରଧାନ,କଳା ଶିକ୍ଷକ ଅଭିନବ ବରାଳ, ପି.ଏମ୍.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ,ଢେଙ୍କାନାଳର କଳା ଶିକ୍ଷକ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଏହି ଉଭୟ ପ୍ରତିଯୋଗିତାରେ ବିଚାରକ ଭାବରେ ଉପସ୍ଥିତ ରହି ପ୍ରତିଯୋଗୀ ଛାତ୍ରୀ ଛାତ୍ର ମାନଙ୍କର ପ୍ରଦର୍ଶନକୁ ମୂଲ୍ୟାୟନ କରି ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ତିନି ଜଣ ଲେଖାଏଁ ସଫଳ ପ୍ରତିଯୋଗୀ ମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶଂସା ପତ୍ର ଓ ପୁରସ୍କାର ପାଇବାକୁ ମନୋନୀତ କରିଥିଲେ ।ଓଡ଼ିଶା ସରକାରଙ୍କ ପ୍ରାଣୀ ଚିକିତ୍ସା ବିଜ୍ଞାନ ବିଭାଗ ଅବସରପ୍ରାପ୍ତ ଯୁଗ୍ମନିର୍ଦ୍ଦେଶକ ଡା.ରବୀନ୍ଦ୍ର କୁମାର ସାହୁ ସ୍ଵୀୟ ଅଭିଭାଷଣରେ “ଉପଯୁକ୍ତ ପୋଷଣ,ସୁସ୍ଥ ଜୀବନ” ବିଷୟବସ୍ତୁ ସମ୍ପର୍କରେ ସବିଶେଷ ଆଲୋଚନା କରି ମାର୍ଗଦର୍ଶନ କରିଥିଲେ।ବିତର୍କ ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ,ଗଁଦିଆ ର ଦଶମ ଶ୍ରେଣୀ ଛାତ୍ରୀ ସ୍ଵାଗତିକା ରାଉତ ପ୍ରଥମ, ବି. ବି. ସରକାରୀ ହାଇସ୍କୁଲ୍ ର ଦଶମ ଶ୍ରେଣୀର ଛାତ୍ରୀ ସାଇସ୍ନେହା ବେହେରା ଦ୍ଵିତୀୟ ଓ ସୁଶ୍ରୀ ସାଗରିକା ସ୍ଵାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ ।ସେହିପରି ଡ୍ରଇଂ ପ୍ରତିଯୋଗିତାରେ ବି. ବି. ସରକାରୀ ହାଇସ୍କୁଲ୍ ର ନବମ ଶ୍ରେଣୀର ଛାତ୍ର ସାଇକ୍ରିଷ୍ଣା ସ୍ୱାଇଁ ପ୍ରଥମ, ଅଷ୍ଟମ ଶ୍ରେଣୀର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ଦ୍ଵିତୀୟ ସ୍ଥାନ ଓ ଆୟୁଷ କୁମାର ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ ଅପରାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲ୍ ରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସାପତ୍ର ପାଇ ବିଦ୍ୟାଳୟର ଗୌରବ ବୃଦ୍ଧି କରି ପାରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬୦୦ରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ରୀଛାତ୍ରମାନେ, ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ମାନେ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା, ଦିଲାବର ହୁସେନ,ବିରଞ୍ଚି ନାଏକଙ୍କ ସମେତ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର,ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

masiha

ଏକ ହଜାର ରୁ ଉର୍ଦ୍ଧ୍ଵ ଶବ ସତ୍କାର ନିଃସ୍ୱାର୍ଥ ଭାବେ କରି ସାଉଣ୍ଟିଥିବା ସମାଜସେବୀ ବାଦଲ: ଜୀବନର ଶେଷ ପର୍ଯ୍ୟନ୍ତ ଶବ ସତ୍କାର କରିବାକୁ ନେଇଛନ୍ତି ସଂକଳ୍ପ 

Sunil Chandra Nayak

Massive Corruption in Rayagada Forest Division: Forest squad appears before Lokayukta in response to complains made by Rayagada activists

masiha

Leave a Comment

error: Content is protected !!