ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

କାମାକ୍ଷାନଗର (ମନିସ )31/8/23 // ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍ ଏ ସି କାର୍ଯ୍ୟାଳୟ ପରିସର ରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇ କହିଥିଲେ ଯେ,ଭୁବନ ଏନ୍ ଏ ସି ପ୍ରତିଷ୍ଠା ହେବାର ଇତି ମଧ୍ୟରେ ୫୨ ବର୍ଷ ବିତି ଯାଇଥିଲେ ମଧ୍ୟ ଯେତିକି ବିକାଶ ହେବା କଥା ସେତିକି ହୋଇ ପାରି ନାହିଁ । ଅନେକ ସମସ୍ୟା ରହିଛି । ବିଗତ ୫୦ ବର୍ଷ ଆଉ ମୁଁ ଦାୟିତ୍ଵ ନେବାର ଏକ ବର୍ଷ ମଧ୍ୟରେ କଣ ବିକାଶ ହୋଇଛି ଆପଣ ମାନେ ତର୍ଜମା କରନ୍ତୁ । ଭୁବନ ଏନ୍ ଏ ସି ରେ ବର୍ତ୍ତମାନ ପ୍ରାୟ ୫୦ କୋଟି ଟଙ୍କାର କାର୍ଯ୍ୟ ଚାଲିଛି । ଭୁବନ କୁ ସରସ ସୁନ୍ଦର କରି ଗଢି ତୋଳିବାକୁ ମୁ ସଂକଳ୍ପ ନେଇଛି । ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ର ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ରହିଛି । ଭୁବନ ର ବିକାଶ ପାଇଁ ସାଥୀ କାଉନସିଲର,ପରିଷଦ କର୍ମଚାରୀ,ଜନସାଧାରଣ ଓ ଗଣମାଧ୍ୟମ ର ସହଯୋଗ ଜରୁରୀ । ଆପଣ ମାନଙ୍କ ସହଯୋଗରେ ଭୁବନ ସାରା ରାଜ୍ୟରେ ନିଶ୍ଚିତ ଭାବେ ଶ୍ରେଷ୍ଠ ଏନ୍ ଏ ସି ହେବ ବୋଲି ନଗରପାଳ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହା ପରେ ନଗରପାଳ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ। ମଧ୍ୟାହ୍ନ ୧୨ ଘଟିକା ସମୟରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପହଞ୍ଚି ଭରତି ପାହାଡ ପାଦଦେଶରେ ୨ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମଳ ପଙ୍କ ଉପଚାର କେନ୍ଦ୍ର, ରଗଡ଼ି ଛକ ଠାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୬ ଟି ଷ୍ଟଲ ( ଭେଣ୍ଡିଂ ଜୋନ ), ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଶ୍ମଶାନ, ୩୫ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ୱାର୍ଡ ରେ ନିର୍ମିତ ୧୯ ଟି ବ୍ରାହ୍ମଣୀ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ,୫୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୦ ଟି କ୍ଷୁଦ୍ର ପରିସ୍ରାଗାର ଓ ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସଂସ୍କୃତି ଭବନ ପ୍ରକଳ୍ପ ଗୁଡ଼ିକୁ ଉଦଘାଟନ କରିଥିଲେ। ଦୁର୍ଗା ଛକ ଠାରେ ଆୟୋଜିତ ସଭାରେ ଭୁବନ ର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଶକ୍ତି ପ୍ରସାଦ ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଏନ୍ ଏ ସି ଉପାଧ୍ୟକ୍ଷା ମାନିନୀ ସାହୁ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ ,ନରେନ୍ଦ୍ର ବେହେରା,କଳ୍ପନା ବେହେରା,ଝୁନି ନାଏକ ଙ୍କ ସମେତ ଶାସକ ଦଳର ସମସ୍ତ କାଉନସିଲର ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଙ୍କୁ ଦଳୀୟ କର୍ମୀ ମାନେ ବିଶାଳ ମୋଟର ସାଇକେଲ ରାଲି ରେ ସହର ପରିକ୍ରମା କରାଇଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ୟଙ୍ଗ ଅଥର୍ସ ଲିଗ୍ ଆୱାର୍ଡ଼ ରେ ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ପୁସ୍ତକ ମନୋନୀତ

Sunil Chandra Nayak

ଦୁର୍ଘଟଣା ଶୂନ୍ୟ ସପ୍ତାହ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

masiha

Leave a Comment

error: Content is protected !!