ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା,୨୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଠାରେ ରବିବାର ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା ଅଵସରରେ ଦିବ୍ୟ ରଥ ପହଞ୍ଚିଥିଲା । ମାଝୀଗୁଡା ସତ୍ୟସାଇ ଭଜନ ମଣ୍ଡଳୀର ଆବାହକ ତାପସ ରଞ୍ଜନ ବାଗଙ୍କ ତତ୍ୱାବଧାନରେ ଶତାଧିକ ସତ୍ୟସାଇ ଭକ୍ତଙ୍କ ଗହଣରେ ନଗର ସଂକୀର୍ତ୍ତନ ସହ ନଗର ପରିକ୍ରମା କରି ଶ୍ରଦ୍ଧାଳୁ ମାନେ ଦର୍ଶନ କରିଛନ୍ତି।ଏହି ରଥ ପରିକ୍ରମା କାର୍ଯ୍ୟକ୍ରମ ରାଜ୍ୟ ସଭାପତି ସତ୍ୟ ସ୍ବରୂପ ପଟ୍ଟନାୟକ, ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ସତ୍ୟସାଇଙ୍କ ଅନୁଗାମୀ ତଥା ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ସଭାପତି ବେଣୁଧର କୁମାର, ସୂର୍ଯ୍ୟ ନାରାୟଣ ସେନାପତି, ମୁକୁନ୍ଦ ହଂସ, ଧର୍ମରାଜ ସାହୁ, ଲକ୍ଷ୍ମୀ କାନ୍ତ ପୁଞ୍ଜି, ଶଶୀ ଭୂଷଣ ବାଗ, ପ୍ରତାପ ଚନ୍ଦ୍ର ମହାପାତ୍ର, ଦୟା ସାଗର ପୋଢ଼ ତଥା ମାଝୀଗୁଡା ସତ୍ୟ ସାଇ ଭଜନ ମଣ୍ଡଳୀର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କର୍ଲାଗୁଡା ଗ୍ରାମରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମଯଜ୍ଞ ଆୟୋଜିତ 

Sunil Chandra Nayak

ଶୀତଳ ଷଷ୍ଠୀ ଉମା ଚତୁର୍ଥୀ ପାଳିତ

ମା ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!