ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖୋଲିଲା ବାଣପୁର ମା’ଭଗବତୀଙ୍କ ଭିତର ହୁଣ୍ଡି !!!

ବାଣପୁର:- ମାତ୍ର ତିନିମାସର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଭିତରକାଠହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲ୍ ଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବୁଲ୍‌ବୁଲ୍‌ ବେହେରା , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ଥାନୀୟ ଥାନା ଏ.ଏସ୍.ଆଇ., ଏଣ୍ଡା ଓ ମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ଶୁଭେଚ୍ଛୁ ବିକ୍ରମ କେଶରୀ ଜେନା, ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର , ଅଶ୍ଵିନୀ ମିଶ୍ର,ସେ ବାୟତ ପ୍ରକାଶ ମହାପାତ୍ର, ବସନ୍ତ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା। ସମୁଦାୟ ଟ ୧,୩୯,୧୯୩/_ଏକ ଲକ୍ଷ ଅଣଚାଳିଶି ହଜାର ଦୁଇ ଶହ ତେୟାନବେ ଟଙ୍କା ମାତ୍ର ସଂଗ୍ରହ କରାଯାଇ ସ୍ଥାନୀୟ ୟୁ .କୋ ବ୍ୟାଙ୍କରେ ଜମା ରଖାଯାଇଥିଲା । ଶ୍ରଦ୍ଧାଳୁମାନଙ୍କର ମଙ୍ଗଳ କାମନା କରି ଏହି ଦାନ ଅର୍ଥ ମା’ ଙ୍କ ନୀତିକାନ୍ତି ସେବାରେ ଲାଗିବ ବୋଲି ନିର୍ବାହୀ  ଅଧିକାରୀଙ୍କ ଠାରୁ ପ୍ରକାଶ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଆଜି ମହା ଶିବ ରାତ୍ରି: ପାରଦେଶ୍ୱର ଙ୍କ ଦର୍ଶନ ରେ ରହିଛି ସ୍ୱତନ୍ତ୍ର ମହିମା

Sunil Chandra Nayak

ହିଞ୍ଜିଳି ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ଜିର୍ଣ୍ଣୋଦ୍ଧାର ଓ ପ୍ରତିଷ୍ଠା ଉତ୍ସବ 

Sunil Chandra Nayak

ପରମ୍ପରା ବଜାୟ ରଖି ଛନ୍ତି ଧଣ୍ଡରା ଅଞ୍ଚଳ ବାସି , ନୂଆ ଖାଇ ଅବସରରେ ଅ ଦ୍ଵିତୀୟ ପର୍ବ ମୋନାଉ ଛନ୍ତି ‘ଡଙ୍ଗରି ଚେଗା

masiha

Leave a Comment

error: Content is protected !!