ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ନିକଟରେ ରହିଛି ଭାଲୁ , ଅଞ୍ଚଳବାସୀ ଆତଙ୍କିତ

ଗାଁ ନିକଟରେ ରହିଛି ଭାଲୁ , ଅଞ୍ଚଳବାସୀ ଆତଙ୍କିତ

ଧର୍ମଗଡ ବନାଞ୍ଚଳ କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧିନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଗ୍ରାମ ଅଞ୍ଚଳରେ ଏକ ଗୋଠ ଛଡା ଭାଲୁ କିଛି ଦିନ ହେବ ବୁଲାବୁଲି କରୁଥିବାରୁ ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି | ଘଟଣା କୁ ନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କର କୁଅଁର ଓ ଆମପାଣି ବନ ବିଭାଗ ଏବଂ ବେହେରା ବନ ବିଭାଗ କର୍ମଚାରୀ ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଭାଲୁ ବିଚରଣ କରୁଥିବା ଜଙ୍ଗଲ ଅଞ୍ଚଳ ରେ ପହଞ୍ଚି ଭାଲୁ ଉପରେ ନଜର ରଖିବା ସହିତ, ଜନସାଧାରଣ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ସଚେତନ କରୁଥିବା ଦେଖିବାକୁ ମିଳିଛି | ଭାଲୁ ଟି କେତେ ବେଳେ ଗାଁରେ ପଶି ଯାଉଛି ତ କେତେବେଳେ ରାସ୍ତା ଉପରେ ଚାଲି ଆସୁଛି। ଏହି ଅଞ୍ଚଳ ରେ ମକାଚାଷ ହୋଇଥିବାରୁ ମକା ବାଡ଼ି ରେ ଭାଲୁ ମକା ଖାଇବା ପାଇଁ ରହିଥିବା ଜଣାପଡିଛି।ଯାହାକୁ ନେଇ ଲୋକେ ଭୟଭୀତ ହେଉଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ସ୍କୁଲଛାଡୁ ନାହାଁନ୍ତି। ଏନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉର ଙ୍କ ପ୍ରତିକ୍ରିୟା ନେବାରୁ ଆମେ ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଲୋକଙ୍କୁ ବାରଣ କରିବା ସହ ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରୁଛୁ । ଓ ଭାଲୁ କେମିତି ଶୀଘ୍ର ଜଙ୍ଗଲ ମୁହାଁ ହେବ ତାହାରି ଉପରେ ଆମରି ନଜର ରହିଛି ବୋଲି କହିଛନ୍ତି ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ଚିଲିଗୁଡ଼ା ହାଇ ସ୍କୁଲରେ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ

masiha

Leave a Comment

error: Content is protected !!