ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଏଲ ବିଦ୍ୟାପୀଠ ରେ ଓଡ଼ିଆ ଭାଷା ବିକାଶ ମଞ୍ଚର  କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ 

କୋଏଲ ବିଦ୍ୟାପୀଠ ରେ ଓଡ଼ିଆ ଭାଷା ବିକାଶ ମଞ୍ଚର 

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠ ର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗାଳ୍ପିକ ସଞ୍ଜୀବ କୁମାର ଭୋଇ ମୁଖ୍ୟ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କବିବର ରାଧାନାଥ ରାୟଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡ଼ିଆ ସାହିତ୍ୟର ମାନ ଉଦ୍ଧାର ଓ ଓଡ଼ିଆ ଭାଷା କୁ ବିଶ୍ବ ଦରବାରରେ ଶୀର୍ଷ ସ୍ଥାନ ଦେବା ପାଇଁ ଯେଉଁ କେତେଜଣ ମହାପୁରୁଷ ଶତ ଚେଷ୍ଟା କରିଥିଲେ ସେମାନଙ୍କ ମଧ୍ୟରୁ କବିବର ରାଧାନାଥ ରାୟ ଅନ୍ୟତମ। ଯିଏ ଓଡ଼ିଆ ଜାତି ତଥା ଓଡ଼ିଆ ମାଟିର ଚିନ୍ତା ଚେତନା ରେ ନିଜକୁ ଉତ୍ସର୍ଗୀକୃତ କରି ଦେଇଥିଲେ। ଓଡ଼ିଆ, ଇଂରାଜୀ, ବଙ୍ଗଳା ଓ ସଂସ୍କୃତ ଏହି ଚାରିଟି ଭାଷାରେ ରାଧାନାଥ ରାୟ ପାରଦର୍ଶିତା ଲାଭ କରିବା ସହିତ ପାଠକ ମହଲକୁ ଝଙ୍କୃତ କରିଥିଲେ ବୋଲି ଶ୍ରୀ ଭୋଇ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ତାଙ୍କର ପ୍ରତ୍ୟେକ ଲେଖାରେ ମାତୃଭୂମି ଓ ମାତୃଭାଷାର ମମତା ଉପରେ ସାରଗର୍ଭକ କଥା ମାନ ଲେଖି ଯାଇଛନ୍ତି। ଓଡ଼ିଶାର ପ୍ରକୃତି ଭାସ୍କର୍ଯ୍ୟ ଓ ମନ୍ଦିର ମାନଙ୍କୁ ଯେତେ ଦେଖିଲେ ମଧ୍ୟ ପୁଣି ନୂଆ ଲାଗେ। ତାହାକୁ ସେ କବିତା ରେ ଜ୍ବଳନ୍ତ ଉଦାହରଣ ଦେଇ ଲେଖିଛନ୍ତି “ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।” କବିବର ରାଧାନାଥ ଙ୍କ ଭାଷାରେ ସୌନ୍ଦର୍ଯ୍ୟର କେବେ କ୍ଷୟ ହୁଏନାହିଁ। ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟକୁ ଯେତେ ଥର ଦେଖିଲେ ମଧ୍ୟ ପ୍ରଥମ କରି ଦେଖିଲା ପରି ଲାଗେ ବୋଲି ଶ୍ରୀ ମହାପାତ୍ର କହିଥିଲେ। 

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସୁପ୍ରଭା ପରିଡ଼ା, ଶିବାନୀ ପଣ୍ଡା, ଅଂଶୁମାନ ହାତୀ, ପ୍ରଞାସିନୀ ହାତୀ, ଜୀବନ ପରିଡ଼ା କବିବର ରାଧାନାଥ ରାୟଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସଭାପତି ଶ୍ରୀ ରାଉତ ତାଙ୍କ ଅଭିଭାଷଣରେ କହିଲେ ଯେ କବିବର ରାଧାନାଥ ରାୟ ସାବଲୀଳ ଭାଷାରେ ଏବଂ ନୂତନ ଶୈଳୀରେ କବିତା ରଚନା କରୁଥିଲେ। ତାଙ୍କ ରଚିତ ମହାକାବ୍ୟ, ମହାଯାତ୍ରା , ଚିଲିକା, ଦରବାର, ନନ୍ଦିକେଶ୍ବରୀ, କେଦାରଗୌରୀ, ଯଯାତିକେଶରୀ ପରି ଏକାଧିକ କାବ୍ୟାବଳୀରେ ଓଡ଼ିଆ ସାହିତ୍ୟ ଭଣ୍ଡାର ସମୃଦ୍ଧ ହୋଇଥିଲା । ଏହି କବିତା ଗୁଡ଼ିକ ରେ ସେ ପାରମ୍ପରିକ ସୌଧ ଉପରେ ଆଧୁନିକତାର ସ୍ପର୍ଶ ଛାଡିଛନ୍ତି। ବାସ୍ତବରେ ସେ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ରୂପରେ ସଜାଇ ନିଜର ଅଲିଭା ସ୍ବାକ୍ଷର ଛାଡି ଯାଇଛନ୍ତି ବୋଲି ଶ୍ରୀ ରାଉତ ସଭାପତିତ୍ବ ଅଭିଭାଷଣରେ କହିଥିଲେ।

ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁ ଧନ୍ୟବାଦ ଦେଇଥିବା ବେଳେ ପଦ୍ମଲୋଚନ ଦାସ , ଆରତୀ ମହାନ୍ତି, ସଞ୍ଜୁଲତା ମଲ୍ଲିକ, ଅଦ୍ଵୈତ ପ୍ରସାଦ ନାୟକ, ଉପେନ୍ଦ୍ର ନାଥ ଷଡ଼ଙ୍ଗୀ, ରତକ ଦୀକ୍ଷିତ ଉପସ୍ଥିତ ରହି ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ 

Sunil Chandra Nayak

ରାଣୀ ରକ୍ଷା ଲକ୍ଷ୍ମୀବାଇ ଆତ୍ମ ପ୍ରଶିକ୍ଷଣ ଉଦଯାପିତ 

masiha

ରାୟଗଡ଼ା ବ୍ଲକ ଓ ନଗର ସ୍ତରୀୟ ଲୋକକଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!