ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା 

ରାଉରକେଲା: ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସହରରେ ଥିବା ବିଭିନ୍ନ ବିଦ୍ୟାଳୟ ଗୁଡିକ ରେ ଗାନ୍ଧୀ ସମ୍ପର୍କୀତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଞ୍ଚଳିକ ମୁଖ୍ୟ ଭଗବତୀ ଜେନାଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡିକ ଜଗଦା ସ୍ଥିତ ବିର୍ସାମୁଣ୍ଡା ବିଦ୍ୟାପୀଠ, ଝିରପାଣି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସୃଷ୍ଟି ମଡେଲ ସ୍କୁଲ ଠାରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଚାରକ ତଥା ଅତିଥି ଭାବେ ଡ଼ଃ ଅଜିତ ବେହେରା, ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରାକ୍ତନ ସିଜିଏମ୍ ପ୍ରମୋଦ କୁମାର କର, ବିର୍ସା ମୁଣ୍ଡା ବିଦ୍ୟାପୀଠର ସମ୍ପାଦକ ବିପଦ ଭଞ୍ଜନ ପଣ୍ଡା, କବୟିତ୍ରୀ ସସ୍ମିତା ପ୍ରଧାନ, ଜଗବନ୍ଧୁ ଦାସ, ପିତାମ୍ବର ଲେଙ୍କା,ଲକ୍ଷ୍ମୀଧର ନାୟକ ଓ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇଥିଲେ। ବିର୍ସା ମୁଣ୍ଡା ବିଦ୍ୟାପୀଠରେ ୨୩ ଜଣ ଛାତ୍ର ଛାତ୍ରୀ,ଝିରପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୬୯ ଜଣ, ସୃଷ୍ଟି ମଡେଲ ସ୍କୁଲରେ ୩୦ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଉର୍ସେଲା ତିର୍କୀ,ସୁରେଖା ପଟେଲ, ସୁଜାତା ନାୟକ, ବିଶ୍ବଭାରତୀ ସାହୁ, ଉମେଶ କିଶାନ, ଗୈାରୀ ତନ୍ତୀ, ଜ୍ୟୋସ୍ନା ନନ୍ଦ,ମୀରା କର, ଜ୍ଜ୍ୟୋତିମାନି ଲାକ୍ରା , ସୈାଦାମିନୀ ତନ୍ତୀ, ପ୍ରଜ୍ଞାଶ୍ରୀ ବାରିକ, ସବିତା ପୁରୋହିତ, ଅମିତ ସିଂ, ହରପ୍ରିୟା ଦାସ, କେତକୀ ଠାକୁର, ସସ୍ମିତା ତ୍ରିପାଠୀ, ବିଳାସିନୀ ମିଶ୍ର, ସବିତା ପାଣିଗ୍ରାହୀ, ବର୍ଷାରାଣୀ ବୀର,ବୃନ୍ଦାବତୀ ଦୀପ, ଶୁଭଦ୍ରା ଶ୍ରଦ୍ଧାଞ୍ଜଳି ସେଠୀ,ମେଘା ନାଗ,ଆୟୁଷ କୁମାର ସେଠି,ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଆବାହକ ଭଗବତୀ ଜେନା ଏହି ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଗାନ୍ଧୀ ଜୟନ୍ତୀ ଦିନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରେରଣ

ସାଇବର ସୁରକ୍ଷା ସଚେତନ ଅଭିଯାନ

masiha

Leave a Comment

error: Content is protected !!