ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଫ୍ୟୁ ପକ୍ଷ ରୁ ଜାତୀୟ ବନ୍ୟ ପ୍ରାଣୀ ସଚେତନ ସପ୍ତାହ ୨୦୨୪ ଉଦ୍ଘାଟିତ 

କେଫ୍ୟୁ ପକ୍ଷ ରୁ ଜାତୀୟ ବନ୍ୟ ପ୍ରାଣୀ ସଚେତନ ସପ୍ତାହ ୨୦୨୪ ଉଦ୍ଘାଟିତ 

ଭବାନୀପାଣା ତା ୧-୧୦ ୨୦୨୪ କକଳାହାଣ୍ଡି ଅଜେନ୍ସି ଫର୍ ଏଁନଭାର୍ମେଣ୍ଟ ଏଣ୍ଡ ୱାଇଲ୍ଡ ଲାଇଫ ପକ୍ଷ ରୁ ପାଳିତ ହେବାକୁ ଥିବା ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ( 1 ଅକ୍ଟୋବର ରୁ 8 ଅକ୍ଟୋବର) ର ଉଦ୍ଘାଟନୀ କାର୍ଯକ୍ରମ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆ ମୂଲ୍ ରାମପୁର ବ୍ଲକ ର ପେର୍ମଞ୍ଜି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏହି ଉଦ୍ଘାଟନ କାର୍ଯକ୍ରମ ରେ କର୍ଲାପଟ୍ଟ ବନାଧିକାରୀ ବିଜୟ କୁମାର ଗୋପାଳ, ବନ ରକ୍ଷୀ ଉମାକାନ୍ତ ପାଣିଗ୍ରାହୀ, ପ୍ରକୃତି ବନ୍ଧୁ ଡୋଲାମଣି ସାହୁ,ପେରମଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର କାମପାଳ,ସହକାରୀ ଶିକ୍ଷକ ଅମିତ୍ କୁମାର ସେଠୀ, ସୋମିତ୍ର ଖୁଣ୍ଟିଆ, ଗୁଣପୁର ଶାସ୍ତ୍ରୀ ଜୀ ଯୁବକ ସଂଘ ର ସଭାପତି ରଥ ଦୁରିଆ ପ୍ରମୁଖ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କାର୍ଯକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ l କଳାହାଣ୍ଡି ଏଜେନ୍ସି ଫର୍ ଏନଭାରମେଣ୍ଟ ଏଣ୍ଡ ୱାଇଲ୍ଡ ଲାଇଫ ପକ୍ଷରୁ ପାହାଡ଼ ତଳି ଗାଁ ଗୁଡିକରେ ପଥପ୍ରାନ୍ତ ସଭା, ପଥପ୍ରାନ୍ତ ବାର୍ତ୍ତା ,ଗ୍ରାମସଭା ଓ ଲିପ ଲେଟ୍ ବଣ୍ଟନ କରି ଜନ ସଚେତନ କାର୍ଯକ୍ରମ ମାନ ଆୟୋଜନ କରିବ ବୋଲି କେଫ୍ୟୁ ର ପ୍ରତିନିଧି ସୂଚନା ଦେଇଛନ୍ତି l ଏହି ଅବଧି ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ 1975 ଓ ତାହାର ଅବମାନନା କିମ୍ବା ଉଲଂଘନ ସମ୍ପର୍କରେ ଜନ ସଚେତନ କରିବାକୁ ପ୍ରକୃତିବନ୍ଧୁ ଡୋଳାମଣି ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ l ଏହି କାର୍ଯକ୍ରମ କୁ ଅମିତ କୁମାର ସେଠୀ ପରିଚାଳନା କରିଥିବା ବେଳେ ସୌମିତ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ l

Related posts

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ଘୋଷଣା ହୋଇଥିବା ବେଳେ ନର୍ଲାବ୍ଲକ୍ ରେ ଜଣେମାତ୍ର ଛାତ୍ରୀ ପ୍ରତ୍ୟାଶା ଏ – ୧ ପାଇବାର ଗୌରବ ଅର୍ଜନ କରିଛନ୍ତି   

ନବମ ଦିବସରେ ବିଶ୍ୱନାଥପୁର ରାମଲୀଳା ମହୋତ୍ସବ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାବଣ ଦରବାର

masiha

କେସିଙ୍ଗା ବ୍ଲକ ସ୍ତରିୟ ଯାଦବ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!