ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରଘାତରେ ଢ଼ଙ୍କଶର ଚାଷୀ ଖୁସିରାମ ଗହୀରଙ୍କ ବଳଦ ମୃତ୍ୟ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଢ଼ଙ୍କଶର ଗ୍ରାମରେ ଆଜି ସାମାନ୍ୟ ବର୍ଷା ଏବଂ ଘୁର୍ଣ୍ଣିଝଡ଼ ସହ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତ ରେ ଖୁସିରାମ ଗହୀର ଙ୍କ ବଡ଼ ବଳଦ ମୃତ୍ୟୁ ବରଣ କରିଅଛି। ଏହା ଏକ ମାତ୍ର ଅର୍ଥ ରୋଜଗାର ଏବଂ ନିଜ ବିଲରେ ଚାଷ କରିବାର ମାଧ୍ୟମ ଅଟେ। ବର୍ତ୍ତମାନ ତାର ମୃତ୍ୟୁ ପରେ ଚାଷୀ ଭାଙ୍ଗି ପଡିଛନ୍ତି। ଆର୍ଥିକ ସହାୟତା ବିନା ବେରୋଜଗାର ହୋଇପଡିଛନ୍ତି। ଆବଶ୍ୟକ ସହାୟତା ସହ ପ୍ରାଣୀର ବୀମା ରାଶି ପ୍ରଦାନ ଦିଗରେ ସହାୟତା ପାଇଁ ଅନୁରୋଧ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

କୋକସରା ବ୍ଲକ ପଞ୍ଚାୟତ ନିର୍ବାହି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ଭବାନୀପାଟଣା ସ୍ଥିତ କମ୍ପୋଷ୍ଟ କେନ୍ଦ୍ର ଦୁର୍ଗନ୍ଧମୟ, ହସ୍ତସନ୍ତ ପଡାବାସିନ୍ଦା

Sunil Chandra Nayak

Leave a Comment

error: Content is protected !!