ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟଳି ଯାଇଛି ବାତ୍ୟା ” ଦାନା ” ହେଲେ ଘର ଉପରୁ ହଟିନି ଗଛ

ଟଳି ଯାଇଛି ବାତ୍ୟା ” ଦାନା ” ହେଲେ ଘର ଉପରୁ ହଟିନି ଗଛ

ଖଇରା,୨୮/୧୧/୨୪ – ବାତ୍ୟା ” ଦାନା ” ଯାଇଛି ହଟି ହେଲେ ପ୍ରଶାସନ ଏପର୍ଯ୍ୟନ୍ତ ଘର ଉପରୁ ହଟାଇ ପାରିନାହିଁ ଗଛ, ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଗଡ଼ ଗ୍ରାମରେ । ଗ୍ରାମର ସରୋଜ କୁମାର ସେଣ୍ଢଙ୍କ ଆଜବେଷ୍ଟ ଘର ଉପରେ ଉପୁଡି ପଡିଛି ୪ଟିରୁ ଅଧିକ ଗଛ । ସରପଞ୍ଚ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଏ ବିଷୟରେ ଜଣାଇବା ପରେ ଦମକଳ ବାହିନୀ ଓ ଗଛ କଟାଳି ଟିମକୁ ପ୍ରଶାସନ ପଠାଇଥିଲା । ହେଲେ ସେମାନେ ଗଛକାଟି ହଟାଇବାରେ ସକ୍ଷମ ହୋଇନଥିଲେ । ପଚାରିବାରୁ କହିଲେ ଅଧିକ ଯନ୍ତ୍ରପାତି ନାହିଁ ତେଣୁ ସମ୍ପୂର୍ଣ୍ଣ ହଟେଇବା ସମ୍ଭବ ନୁହେଁ । ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି । କୁଚିଆକୋଇଲି ଆର ଆଇ ଦିଲ୍ଲୀପ କୁମାର ବାରିକ ଘଟଣା ସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କୁ ସାକ୍ଷାତ କରିବା ପରେ ଯଦିଓ ଗଛ କଟାଳି ଟିମ ଯାଇଥିଲେ ହେଲେ ସଫା କଲେ ନାହିଁ । ଶ୍ରୀ ସେଣ୍ଢ ତହସିଲଦାର ଜିତେନ୍ଦ୍ର ମୁର୍ମୁଙ୍କୁ ଭେଟିବା ପରେ ତହସିଲଦାର ଶ୍ରୀ ମୁର୍ମୁ ନିଜେ ଘଟଣା ସ୍ଥଳ ପରିଦର୍ଶନ କରି ଦୁଃଖ ଅନୁଭବ କରିବା ସହିତ ତୁରନ୍ତ କିପରି ସମସ୍ୟାର ସମାଧାନ ହୋଇ ପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଗଛ କଟା ଚାଲିଛି ସେଥିପାଇଁ ବିଳମ୍ବ ହୋଇପାରେ ବୋଲି ବିଶେଷ ସୂଚନାରୁ ଜାଣିବାକୁ ମିଳିଛି । ପ୍ରଶାସନର ବିଳମ୍ବତା ପାଇଁ ବାହାର ମଜୁରିଆଙ୍କୁ ସଫା କାର୍ଯ୍ୟରେ ଲଗାଇଥିବା ଖବର ସଂଗ୍ରହରୁ ଜଣାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦେଶର ପ୍ରଥମ ସିନ୍ଥେଟିକ ରାସ୍ତା କାମାକ୍ଷାନଗରରେ 

masiha

ରାଉରକେଲା କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର, ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

masiha

Leave a Comment

error: Content is protected !!