ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଲମପୁର ଠିପି ଖୋଲା ବିଦେଶୀ ମଦ ଦୋକାନରେ ଗୋଷ୍ଠୀ ବିବାଦ

କଲମପୁର ଠିପି ଖୋଲା ବିଦେଶୀ ମଦ ଦୋକାନରେ ଗୋଷ୍ଠୀ ବିବାଦ ,

ବାର ମାଲିକ ଙ୍କ ନାମରେ ଏତଲା , ଡି :ଏସ:ପି ସ୍ଥରରେ ତଦନ୍ତ ଜାରି ।

କଲମପୁର : ଏଠାରେ ହୋଇଥିବା ଠିପି ଖୋଲା ଓ ଠିପିବନ୍ଦ ମାଲିକ ମାନଙ୍କ ମଧ୍ୟରେ ଥିବା ତିକ୍ତତା ଗତକାଲି ଉଗ୍ର ରୂପ ଧାରଣ କରିଥିଲା । ଏମାନଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରି ଠିପି ଖୋଲା ମଦ ଦୋକାନ ସମ୍ମୁଖରେ ରକ୍ତାକ୍ତ ପରିବେଶ ସୃଷ୍ଟି କରିଥିଲା । ଏନେଇ ଆକ୍ରମଣର ଶିକାର ହୋଇଥିବା ଯୁବକ ମାନେ କଲମପୁର ଥାନାରେ ମାମଲା ପଞ୍ଜୀକୃତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କଲମପୁର ଠିପି ଖୋଲା ମଦ ଦୋକାନରେ କିଛି ସ୍ଥାନୀୟ ଯୁବକ ମଦ ପିଇବାକୁ ଯାଇ ପାଟି ତୁଣ୍ଡ କରିଥିଲେ । ସମର୍ଥନରେ ଆସିଥିବା କିଛି ଅନ୍ୟ ବ୍ଲକର ଗୁଣ୍ଡା ଶ୍ରେଣୀୟ ଲୋକମାନେ ଉକ୍ତ ପାଟି ତୁଣ୍ଡ କରିଥିବା ସ୍ଥାନୀୟ ଯୁବକ ମାନଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଶେଷଦେବ ନାଏକ ଅତ୍ୟନ୍ତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଆହୁରି ଅନ୍ୟ ଚାରି ପାଞ୍ଚ ଜଣ ବ୍ୟକ୍ତି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ନରସିଂହ ସୁନାନିଙ୍କ ଏତଲା କୁ ଆଧାର କରି କଲମପୁର ଥାନା କେସ ନଂ ୧୧୪/୨୦୨୪ ରେ ମାମଲା ପଞ୍ଜୀକୃତ କରିଛି କଲମପୁର ପୋଲିସ । ମଦ ଦୋକାନ ମାଲିକ ଫେରାର ଥିବା ବେଳେ ଅନ୍ୟ ବ୍ଲକ ରୁ ଆସିଥିବା ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ମାନେ ମଧ୍ୟ ଫେରାର ଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ନାମରେ ୨୯୬,୧୧୫(୨),୧୦୯(୨),୩୫୧(୩),୩୫ ସହ ଜାତିଆଣ ଆକ୍ଷେପ ଧାରା ଅନୁସାରେ ପଞ୍ଜୀକୃତ ହୋଇ ଉପଖଣ୍ଡ ପୋଲିସ ଅଧିକାରୀ ଜି. ବାର୍ଲା ଆଜି ପହଞ୍ଚି ତଦନ୍ତ କରୁଛନ୍ତି । ଏଥିପାଇଁ କଲମପୁର ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଥିବା ବେଳେ ଉଭୟ ମଦ ବ୍ୟବସାୟୀଙ୍କ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବାରୁ ଜନସାଧାରଣ ଏହାକୁ ସହଜରେ ଗ୍ରହଣ କରି ପାରୁନଥିବା ବେଳେ କଲମପୁର ସଦରମହକୁମାର ମୁଖ୍ୟ ରାସ୍ତା ଦୁଇଟି ବିଦେଶୀ ମଦ ଦୋକାନ ଓ ଗୋଟିଏ ଦେଶୀ ଭାଟି ରହିଛି ଏହି ମୁଖ୍ୟରାସ୍ତା ଦେଇ ସ୍କୁଲ ଛାତ୍ର ଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟାଳୟ କୁ ଆସୁଥିବା ବ୍ୟକ୍ତି ସମସ୍ୟା ର ସମ୍ଭୁଖିନ ହେଉଥିବା ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ପାଲଟିଛି ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Sunil Chandra Nayak

ଅବକାରୀ ବିଭାଗ ଦ୍ଵାରା ୧୦୮ କେ ଜି ଗଞ୍ଜେଇ ଜବତ

Sunil Chandra Nayak

ପାରିବାରିକ କଳହ କୁ କେନ୍ଦ୍ର କରି ଠେଙ୍ଗା ରେ ପିଟି ସ୍ତ୍ରୀ କୁ ହତ୍ୟା କଲା ମଦ୍ୟପ ସ୍ୱାମୀ

Sunil Chandra Nayak

Leave a Comment

error: Content is protected !!