ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ” ମିନିମାରାଥନ ଯୋଗଦେଲେ ଯୁବକ ଯୁବତୀ”

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

” ମିନିମାରାଥନ ଯୋଗଦେଲେ ଯୁବକ ଯୁବତୀ”

ରାୟଗଡ:-ତା ୨୯.୧୦.୨୦୨୪ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ତରଫରୁ  ଅତିରିକ୍ତ ଜିଲ୍ଲପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଓଡିଶା ବିପର୍ଯ୍ୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର , ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଡେପୁଟି କଲେକଟର ଚିନ୍ମୟୀ ମହାନନ୍ଦ , ଅଗ୍ନିଶମ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିକା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଉପରେ ଶପଥ ପାଠ କରିବାସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ଭଧୀୟ ସଚେତନତା ଓ ମୁକାବିଲା ଜନପ୍ରତିନିଧି ମାନଙ୍କର ଗୁରୁତ୍ଵ, ଗୋଷ୍ଠୀ ଶ୍ଵସସ୍ତି କରଣ, ସମସ୍ତ ଗୋଷ୍ଠୀ ସୁରକ୍ଷିତ ଓଡ଼ିଶାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ତାଙ୍କ ବକ୍ତବ୍ୟ କହିଥିଲେ ।ଏହି ଉପଲକ୍ଷେ ସ୍ଥାନୀୟ ସାଇ ଇଣ୍ଟେରନାସନଲ ଛକରୁ ଜିସିଡ଼ି ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା l

ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ବକ୍ତୃତା,ପ୍ରବନ୍ଧ, ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ର ଛାତ୍ରୀ , ଓଡ୍ରାଫ୍ ଟିମ୍ ଓ ଅଗ୍ନିଶ୍ରମ ଦଳ ପ୍ରମୁଖ ଉପସ୍ଥିତ ଥିଲେ। ବିପର୍ଯ୍ୟ ସମୟରେ କିଭଳି ମୁକାବିଲା କରି ପରିସ୍ଥିତକୁ ପ୍ରସମନ କରାଯିବ ସେ ବିଷୟରେ ବୁଝାଇଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବ୍ଯବସ୍ତା ଘେରରେ ଥୁଆମୂଳ ରାମପୁର ବ୍ଳକ ସଦରମହକୁମା

Sunil Chandra Nayak

କର୍କଟ ରୋଗୀଙ୍କ ପାଇଁ କେଶ ସଂଗ୍ରହ କାର୍ଯ୍ୟରେ ସାମିଲ ହେଲା ‘” ମୋ ଅନୁଷ୍ଠାନ “

masiha

ସି ପି ଆଇ ଏମ୍ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ଯେଚୁରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!