ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ପ୍ରଚାର ପ୍ରସାର ରେ ସରିଲା ଗୋଲାମୁଣ୍ଡା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ

ବିନା ପ୍ରଚାର ପ୍ରସାର ରେ ସରିଲା ଗୋଲାମୁଣ୍ଡା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ

ଗୋଲାମୁଣ୍ଡା,୦୧|୧୧( ମ ନି ସ ): ଆଜିର ଯୁଗରେ ସମ୍ବାଦ ଓ ସାମ୍ବାଦିକତାର ଯଥେଷ୍ଟ ଗୁରୁତ୍ୱ ରହିଛି । ଗଣମାଧ୍ୟମର ବହୁଳ ପ୍ରସାର-ପ୍ରଚାର ଗଣତନ୍ତ୍ରର ରକ୍ଷାକୁ ଆହୁରି ଶକ୍ତ ଓ ଦୃଢ କରିପାରିଛି । ଏସବୁ ସତ୍ତ୍ୱେ ପ୍ରିଣ୍ଟ ଓ ବୈଦୁତିକ ଗଣମାଧ୍ୟମ ତାର ସ୍ଥାନ ବଜାୟ ରଖିଛି । ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ଆଉ କୌଣସି କଥା ଅଜଣା ହୋଇ ରହୁନାହିଁ । ଯେକୌଣସି ସରକାରୀ କାର୍ଯ୍ୟକ୍ରମ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ। ସବୁଠି ଗଣମାଧ୍ୟମ  ବିନା କାର୍ଯ୍ୟକ୍ରମ ଅଧୁରା ହୋଇଥାଏ।ଗ୍ରାମାଞ୍ଚଳ ର ମୌଳିକ ସମସ୍ୟା ଠାରୁ ଆରମ୍ଭ କରି ସହରାଞ୍ଚଳ ଓ  ସରକାରଙ୍କ ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ପ୍ରଚାର ଓ ପ୍ରସାର ହୋଇଥାଏ।ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ରେ ଗଣମାଧ୍ୟମ ର ସହଯୋଗ ଲୋଡିଥାନ୍ତି। କିନ୍ତୁ ଗୋଲାମୁଣ୍ଡା ବ୍ଲକ ଗୋଷ୍ଠୀ ଅଧିକାରୀ ଙ୍କ କାର୍ଯ୍ୟାଲୟ ରେ ନିଆରା । ସୂଚନା ମତେ , ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା କଲେଜ ପରିସରରେ ଆଜି ଶିଶୁ ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି । ଯାହାକି ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କୌଣସି ପ୍ରକାରର ସୂଚନା ଦିଆଯାଇନଥିଲା। ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଶିଶୁ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଉତ୍ତୀର୍ଣ୍ଣ ହୋଇଥିବା ଶିଶୁ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥାଏ । ପୁରସ୍କୃତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବାରେ ବିଶେଷ କରି ଗଣମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ କିନ୍ତୁ ଏଠି କିନ୍ତୁ ଗଣମାଧ୍ୟମ କୁ ଏଠି ଏଡେଇ ଦେବା ନିନ୍ଦନୀୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏନେଇ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀ ଙ୍କୁ ପଚାରିବାରୁ  ନିଜ ଦୋଷ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣୀ ନାଏକ ଙ୍କ ଉପରେ  ଲଦିଦେଇଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଉଦଯାପିତ 

masiha

ଝିରପାଣି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

masiha

ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ମହୋତ୍ସବ 

masiha

Leave a Comment

error: Content is protected !!