ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟ ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ, ବାର୍ଷିକ ଉତ୍ସବରେ ହେବେ ସମ୍ବର୍ଦ୍ଧିତ

ନୃତ୍ୟ ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ, ବାର୍ଷିକ ଉତ୍ସବରେ ହେବେ ସମ୍ବର୍ଦ୍ଧିତ

ଖଇରା,୩୧/୧୦/୨୪- ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପରେ ବହୁ ଅନୁରୋଧ କ୍ରମେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ତରଫରୁ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା । ନିର୍ଦ୍ଦେଶ ଥିଲା କୌଣସି ଏକ ଭଜନ ଗୀତର ସମ୍ପୂର୍ଣ୍ଣ ନୃତ୍ୟ ଭିଡ଼ିଓ ଦେବାକୁ । ଏହି ପ୍ରତିଯୋଗିତାରେ ମୋଟ ତିନି ଜଣ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ (୧) ପଲ୍ଲବୀ ଦାଶ, ଡଗରାସାହି, ଚରମ୍ପା, ଭଦ୍ରକ (୨) ସୁଶ୍ରୀ ପ୍ରଜ୍ଞା ପାରମିତା ବାରିକ, ଜଟଣୀ, ପୁରୀ (୩) ସ୍ନେହା ବେହେରା, ଗଜପତି । ସମସ୍ତଙ୍କ ନୃତ୍ୟ ଭିଡ଼ିଓ ଗୁଡିକୁ ଦେଖି ନିରପେକ୍ଷ ଭାବେ ସମୀକ୍ଷା କରିଥିଲେ ନୃତ୍ୟଗୁରୁ ଅକ୍ଷୟ କୁମାର ବେହେରା, ଖଇରା, ବାଲେଶ୍ଵର । ତାଙ୍କ ସମୀକ୍ଷାରୁ ପଲ୍ଲବୀ ଦାଶ ପ୍ରଥମ, ସୁଶ୍ରୀ ପ୍ରଜ୍ଞା ପାରମିତା ବାରିକ ଦ୍ବିତୀୟ ଓ ସ୍ନେହା ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି । ସମସ୍ତଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବରେ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡା ଦେଇ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଅନୁପସ୍ଥିତ ମାନଙ୍କ ନିମନ୍ତେ କୌଣସି ପ୍ରକାର ବ୍ଯବସ୍ଥା ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହୃଦଘାତ ଯୋଗୁଁ ସି.ଆର୍‌.ପି.ଏଫ୍ ଯବାନଙ୍କ ମୃତ୍ୟୁ 

Sunil Chandra Nayak

ଇସ୍ପାତ ନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ମେଳାପି ମହିଳାଙ୍କ ୭୫ବର୍ଷରେ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!