ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟ ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ, ବାର୍ଷିକ ଉତ୍ସବରେ ହେବେ ସମ୍ବର୍ଦ୍ଧିତ

ନୃତ୍ୟ ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ, ବାର୍ଷିକ ଉତ୍ସବରେ ହେବେ ସମ୍ବର୍ଦ୍ଧିତ

ଖଇରା,୩୧/୧୦/୨୪- ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପରେ ବହୁ ଅନୁରୋଧ କ୍ରମେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ତରଫରୁ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା । ନିର୍ଦ୍ଦେଶ ଥିଲା କୌଣସି ଏକ ଭଜନ ଗୀତର ସମ୍ପୂର୍ଣ୍ଣ ନୃତ୍ୟ ଭିଡ଼ିଓ ଦେବାକୁ । ଏହି ପ୍ରତିଯୋଗିତାରେ ମୋଟ ତିନି ଜଣ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ (୧) ପଲ୍ଲବୀ ଦାଶ, ଡଗରାସାହି, ଚରମ୍ପା, ଭଦ୍ରକ (୨) ସୁଶ୍ରୀ ପ୍ରଜ୍ଞା ପାରମିତା ବାରିକ, ଜଟଣୀ, ପୁରୀ (୩) ସ୍ନେହା ବେହେରା, ଗଜପତି । ସମସ୍ତଙ୍କ ନୃତ୍ୟ ଭିଡ଼ିଓ ଗୁଡିକୁ ଦେଖି ନିରପେକ୍ଷ ଭାବେ ସମୀକ୍ଷା କରିଥିଲେ ନୃତ୍ୟଗୁରୁ ଅକ୍ଷୟ କୁମାର ବେହେରା, ଖଇରା, ବାଲେଶ୍ଵର । ତାଙ୍କ ସମୀକ୍ଷାରୁ ପଲ୍ଲବୀ ଦାଶ ପ୍ରଥମ, ସୁଶ୍ରୀ ପ୍ରଜ୍ଞା ପାରମିତା ବାରିକ ଦ୍ବିତୀୟ ଓ ସ୍ନେହା ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି । ସମସ୍ତଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବରେ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡା ଦେଇ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଅନୁପସ୍ଥିତ ମାନଙ୍କ ନିମନ୍ତେ କୌଣସି ପ୍ରକାର ବ୍ଯବସ୍ଥା ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ଜଗତସିଂହପୁର ର ସାମ୍ବାଦିକ

Sunil Chandra Nayak

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର

masiha

ବଡବାଣ୍ଠା ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି,ଘରେ ପଶୁଛି ପାଣି,ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!