ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳସୁଧାର ଗୃହରେ ଖୁସି ବାଣ୍ଟିଲା ରାଉରକେଲା ଭାଇବ୍ରାଣ୍ଟ 

ବାଳସୁଧାର ଗୃହରେ ଖୁସି ବାଣ୍ଟିଲା ରାଉରକେଲା ଭାଇବ୍ରାଣ୍ଟ 

ରାଉରକେଲା: ଟିସ୍କୋ ଖାଦାନ ନିକଟସ୍ଥ ବାଳସୁଧାର ଗୃହରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଦୀପାବଳୀ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେଠାରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଟାନ୍ନ ଓ ଖୁସି ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷ ରୋଟାରୀଆନ ଅଜିତ ମୋହନ ପୂଜାରୀ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭାଇବ୍ରାଣ୍ଟ ର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ବାଳସୁଧାର ଗୃହର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ କୁ ସାଧୁବାଦ ଦେଇଥିଲେ। ପ୍ରାରମ୍ଭରେ ବାଳସୁଧାର ଗୃହର ପ୍ରଶାସନିକ ଅଧିକାରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ରୋଟାରୀଆନ ପାତ୍ର ଉପସ୍ଥିତ ଅତିଥି ଙ୍କ ପରିଚୟ ପ୍ରଦାନ ସହ ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ଭାଇଚାରା ଭରିଦେଉ ବୋଲି କହିଥିଲେ। ଅନ୍ୟତମ ରୋଟାରୀଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଅନ୍ତେବାସୀଙ୍କୁ ଦୀପାବଳି ର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ରୋଟାରୀଆନ ପୁଜାରୀ ଓ ଡ଼ଃ ମୀନତି ପଣ୍ଡା, ଗୃହର କର୍ମକର୍ତ୍ତା ଉପାସନା,ସୁମିତା, କୁମାର ବାବୁ ଓ ସ୍ବର୍ଣ୍ଣଲତା ପ୍ରମୁଖ ଅନ୍ତେବାସୀଙ୍କ ପାଇଁ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୪ଜଣ ଅନ୍ତେବାସୀ ଯୋଗଦେଇ ମିଷ୍ଟାନ୍ନ ଖାଇବା ସହ ନୃତ୍ୟଗୀତରେ ମସଗୁଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ସର୍ବଶ୍ରୀ ରୋଟାରୀଆନ ବସନ୍ତ କୁମାର ତନ୍ତୀ, ଗଣେଶ୍ୱର ପଟ୍ଟନାୟକ, ଡ଼ଃ କ୍ରିଷ୍ଣା ପରମାଣିକ, ଡ଼ଃ ସଞ୍ଜୁକ୍ତା ପତି, ଅନିତା ନାୟକ, ସବିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

masiha

ଭୁଆସୁଣୀ ପାହାଡ଼ରେ ବେଆଇନ୍ ବିସ୍ଫୋରଣ,ଜିଲ୍ଲା ପ୍ରଶାସନ ନୀରବ

Sunil Chandra Nayak

ଶିବ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!