ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

ବିଜୟ କୁମାର ଜେନା

 

ମଣିଷ ଶରୀର ପଞ୍ଚାଭୂତେ ଦିନେ

          ମିଶିଯିବ ବାଇମନ

ସଂସାର ଭିତରେ ଘର କରିଥିଲେ

       ଭଜସଦା ହରି ନାମ।

କଦବା କେମିତି ବେମାର ଆସିଲେ

       ଶରୀରେ ହୁଅଇ କଷ୍ଟ

ସବୁ ପଛ କରି ଭଜୁ ଜଗନ୍ନାଥ

        ଖଣ୍ଡିବାକୁ ଏହି ରିଷ୍ଟ।

ଏହା ଯଦି ସତ୍ୟ ତେବେ ତୁ କାହିଁକି

        ଧନ ପଛରେ ଗୋଡ଼ାଇ

ରୂପ ଯଉବନ ମଳିନ ପଡ଼ିବ

      କରୁ କାହିଁକି ବଡ଼ାଇ।

ଜଗତ କଲ୍ୟାଣ ଧର୍ମ ହେଉ ତୋର

      ଏ କଥାରେ ଦିଅ ଧ୍ୟାନ

ସୁନ୍ଦର ଭାବରେ ଦିନଚର୍ଯା କରି

             ବିତାଅ ମଣିଷ ଜନ୍ମ।

ଜଗନ୍ନାଥ ପ୍ରୀତି ରଖି କାର୍ଯ୍ୟ କଲେ

        ସର୍ବ କାର୍ଯ୍ୟରେ ସଫଳ

ହସିବ ତୋ ଘର ହସିବ ସମାଜ

          ଏହା ହେଉ ତୋର ମୂଳ।

ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ଜାତୀୟ କ୍ରୀଡା ଦିବସ ପାଳନ

Sunil Chandra Nayak

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୩ ଦଫା ଦାବୀ ଦାବୀପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!