ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ 

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ 

ମୟୂରଭଞ୍ଜ – ୯/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ତଥା ବାମନଘାଟୀ ଉପଖଣ୍ଡର ଦୁର୍ଗମ ବଣ, ଜଙ୍ଗଲ,ନଦୀ,ନାଳ ଘେରା ଅଂଚଳକୁ ମଦ ମାଫିଆମାନେ ନିଜର ଆଡ୍ଡାସ୍ଥଳୀ ବନାଇବାକୁ ଚାହୁଁଛନ୍ତି ।ମଦଚୁଲାକୁ କୁଟୀର ଶିଳ୍ପରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ।ନିକଟରେ ବିଷାକ୍ତ ମଦ ଖାଇ ବ୍ରହ୍ମପୁରରେ କିଛି ଲୋକଙ୍କ ମୃତ୍ୟୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି ।ବେଆଇନ ମଦ କାରବାର କୁ ପ୍ରଶ୍ରୟ ଦିଆଯିବ ନାହିଁ ।ହେଲେ ମଦ ମାଫିଆମାନେ ସରକାରଙ୍କ କଡ଼ା ନିୟମକୁ ଫୁ କରି ବେଧଡକ ଚୋରା ମଦ ରନ୍ଧା କାରବାରରେ ଲିପ୍ତ ରହୁଛନ୍ତି । କିନ୍ତୁ ଅବକାରୀ ବିଭାଗ ଚୁପଚାପ୍ ବସି ନାହିଁ ।ଚୋରା ମଦ ରନ୍ଧା ଓ ବେଆଇନ ମଦ କାରବାର ପ୍ରତି କଡ଼ା ନଜର ରଖିଛି ।କସ୍ମିନ କାଳେ ବେଆଇନ ମଦ କାରବାରକୁ ଵରଦାସ୍ତ କରାଯିବ ନାହିଁ ।

ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରେହେଡ଼ାକୋଚା ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୧୩୦ ଲିଟର ଦେଶୀ ରନ୍ଧା ମଦ ଓ ୩୭୦୦ ଲିଟର ମହୁଲ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି । ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, ସହକାରୀ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ ଜେନା, ବିପ୍ଳବ କୁମାର ମଲ୍ଲିକ, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସଂଜୀବ ମହାପାତ୍ର, ରାଜେନ୍ଦ୍ର ସେନାପତି, ପ୍ରିୟଙ୍କା ମହନ୍ତ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଡ୍ରଗ୍ସ କାରବାର କରୁଥିବା ୩ ଜଣ ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍ ପୁଲିସ୍

masiha

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସିନ ରିକ୍ରିଏସନ, କେମିତି ହତ୍ୟା କରିଥିଲା ଦେଖାଇଲା ଗୋପାଳ

Sunil Chandra Nayak

ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ 

Sunil Chandra Nayak

Leave a Comment

error: Content is protected !!