ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେଗାଁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବାଇକ ଧକ୍କାରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ 

ଗୋଲାମୁଣ୍ଡା,ତା.୨୮।୭ /ନିର୍ଭୟ, ନିରପେକ୍ଷ ମସିହା// କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧା ମୃତ । ମୃତକ ଜଣକ ହେଉଛନ୍ତି ସାନଚେରଗାଁ ଗ୍ରାମର ମଦନା ମାଝି (୬୫) । ସେ କୌଣସି କାମରେ କେଗାଁ ଆସୁଥିବା ବେଳେ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସାନଚେରଗାଁ ଦେଶୀ ଭାଟିର ଏକ ବାଇକରେ ଥିବା ଜଣେ ବିହାରୀ କର୍ମଚାରୀ ଉକ୍ତ ବୃଦ୍ଧାଙ୍କୁ ଧକ୍କା ଦେଇ କିଛି ବାଟ ବାଇକରେ ଘୋଷାଡୀ ନେଇଥିଲା । ଫଳରେ ବୃଦ୍ଧାଙ୍କ ମୁଣ୍ଡ ହାତ ଓ ଗୋଡ଼ରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ବାଇକ ଛାଡି ଉକ୍ତ ବିହାରୀ କର୍ମଚାରୀ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଉକ୍ତ ବିହାରୀ କର୍ମଚାରୀକୁ ଗିରଫ କରିବା ସହିତ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । କେଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ଦୁର୍ଘଟଣା ଘଟାଇ ଥିବା ବିହାରୀ କର୍ମଚାରୀକୁ ପୋଲିସ ଗିରଫ କରିବା ସହିତ ସମ୍ପୃକ୍ତ ଭାଟି ପକ୍ଷରୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ଦୀର୍ଘ ୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । ଅପରପକ୍ଷରେ ଶବଟିକୁ ପୋଲିସ ଜବତ କରି ବ୍ୟବଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । କେଗାଁ ଥାନା କେସ ନମ୍ବର ୧୩୯/୨୦୧୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ବିହାରୀ କର୍ମଚାରୀ ନାମ ହେଉଛି ବୁଦ୍ଧନ ରାଏ ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ନବରଙ୍ଗପୁର ପୋଲିସ କୁ ମିଳିଛି ବଡ ସଫଳତା       

ସୁନା ଦୋକାନ ରୁ ଚୋରୀ ଅଭିଯୋଗ

Sunil Chandra Nayak

୧୪ ଚକିଆ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!